ନ୍ୟୁଜିଲାଣ୍ଡ-ପାକିସ୍ତାନ ଟି-୨୦ ମ୍ୟାଚ୍ ବେଳେ ଆକାଶରେ ଝଲସି ଉଠିଲା ଦୁଇ ଗ୍ରହ, କ୍ୟାମେରାମ୍ୟାନ କଏଦ କଲେ ବିରଳ ଦୃଶ୍ୟ
20/12/2020 at 9:58 PM

ନୂଆଦିଲ୍ଲୀ ୨୦।୧୨: ରବିବାର ହାମିଲଟନର ସେଡନ ପାର୍କରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଦ୍ଵିତୀୟ ଟି-୨୦ ମ୍ୟାଚ୍ ଚାଲିଥିବା ବେଳେ ଆକାଶରେ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଆଉ ଏହି ଦୃଶ୍ୟକୁ ଷ୍ଟାଡିୟମରେ ଉପସ୍ଥିତ କ୍ୟାମେରାମ୍ୟାନ୍ ନିଜ କ୍ୟାମେରାରେ ଉତ୍ତୋଳନ କରି ନେଇଛନ୍ତି। ନ୍ୟୁଜିଲାଣ୍ଡ ଇନିଂସର ଦଶମ ଓଭରରେ କ୍ୟାମେରାମ୍ୟାନ ରାତିରେ ଆକାଶରେ ଦୃଶ୍ୟମାନ ହେଉଥିବା ବୃହସ୍ପତି ଓ ଶନି ଗ୍ରହକୁ ଏକତ୍ର ଭାବେ ନିଜ କ୍ୟାମେରାରେ କଏଦ କରି ନେଇଛନ୍ତି।
ଏହି ଦୃଶ୍ୟକୁ ଫ୍ଲାସ୍ ସ୍କୋର କ୍ରିକେଟ୍ ଭାଷ୍ୟକାରଙ୍କ ଟିମ୍ କ୍ୟାପସନ ସହ ଟ୍ଵିଟ୍ କରିଛନ୍ତି ଯେ, ବୃହସ୍ପତି ଏବଂ ଶନି ସେଡନ ପାର୍କରେ ଦୃଶ୍ୟମାନ ହୋଇଛି। କିନ୍ତୁ ଏହି ଗ୍ରହ ପାକିସ୍ତାନରେ ଦୃଶ୍ୟମାନ ହୋଇ ନାହିଁ। ପାକିସ୍ତାନକୁ ନ୍ୟୁଜିଲାଣ୍ଡ ୯ ଓ୍ଵିକେଟ୍ରେ ହରାଇବା ପରେ ଏହି ବିରଳ ଦୃଶ୍ୟର ଫଟୋ ଭାଇରାଲ ହୋଇଛି।
Jupiter and Saturn can be seen from Seddon Park, but the stars/planets don't appear to be aligning for Pakistan today.
— 🏏FlashScore Cricket Commentators (@FlashCric) December 20, 2020
NZ need 64 from 53 balls with nine wickets in hand.
LIVE COMMENTARY:
👉 https://t.co/omeN2wkNrJ 👈#NZvPAK #PAKvNZ pic.twitter.com/JUl8GpRO1U
ଏହି ମ୍ୟାଚ୍ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ମହମ୍ମଦ ହାଫିଜଙ୍କ ଅପରାଜିତ ୯୯ ରନ ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୩ ରନ କରିଥିଲା। ହାଫିଜ ୫୭ ବଲରୁ ୧୦ ଚୌକା ଓ ୫ ଛକା ସହ ଏହି ସ୍କୋର କରିଥିଲେ। ଜବାବରେ ନ୍ୟୁଜିଲାଣ୍ଡ ଟିମ୍ ସେଇଫର୍ଟଙ୍କ ୮୪ ରନ ଏବଂ ଅଧିନାୟକ କେନ ଓ୍ଵିଲିୟମସନଙ୍କ ୫୭ ରନ ବଳରେ ୧୯.୨ ଓଭରରେ ମାତ୍ର ୧ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଦୁଇ ବ୍ୟାଟସମ୍ୟାନ ଅବିଭାଜିତ ଦ୍ଵିତୀୟ ଓ୍ଵିକେଟ୍ରେ ୧୨୯ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି।