ଆତଙ୍କବାଦୀ ୟାକୁବ ମେମନ୍‌ର କବର ବିକ୍ରି ଅଭିଯୋଗରେ ୨ ଗିରଫ

Published By : Prameya-News7 Bureau | September 12, 2020 IST

ନୂଆଦିଲ୍ଳୀ ୧୨/୦୯: ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାର ଅଭିଯୁକ୍ତ ୟାକୁବ ମେମନର କବର ବିକ୍ରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ୟାକୁବ ମେମନ ଭାଇ ମହମ୍ମଦ ଅବ୍ଦୁଲ ଥାନାରେ ଅଭିଯୋଗ କରିଥିଲେ। ୟାକୁବ ମେମନର କବର ସହିତ ଅନ୍ୟ ୩ଟି କବର ୫ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା।

ମାର୍ଚ୍ଚ ୧୯ରେ ଏନେଇ ଅଭିଯୋଗ ହୋଇଥିଲେ ହେଁ ପୋଲିସ କରୋନା ପାଇଁ ବ୍ୟସ୍ତ ଥିବାରୁ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରି ନଥିଲା। ଏବେ ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଜଜିଲ ନବର​‌ଙ୍ଗେ ଓ ପରବେଜ ସରକରେଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି।

​‌ଜଜିଲ ନବର​‌ଙ୍ଗେ ଓ ପରବେଜ ସରକରେ ବମ୍ବେ ମସ୍‌ଜିଦ୍‌ର ଜୁମା ମସ୍‌ଜିଦ୍ ଟ୍ରଷ୍ଟି। ଏହା ଅନ୍ତର୍ଗତ ମୁସଲିମ୍‌ ବଡ଼ କବରସ୍ତାନ ପଞ୍ଜୀକୃତ ହୋଇଛି। ତେବେ ଏହି ଦୁଇ ଜଣ କବର ଚୋରି କରିଥିବା ଅଭିଯୋଗ ହୋଇଥିଲା। ସୂଚନାଯୋଗ୍ୟ, ମୁମ୍ବାଇ ବିସ୍ଫୋରଣର ଅଭିଯୁକ୍ତ ୟାକୁବ ମେମନକୁ ନାଗପୁର ସେଣ୍ଟ୍ରାଲ୍‌ ଜେଲ୍‌ରେ ଫାଶି ଦିଆଯାଇଥିଲା। ୩୦ ଜୁଲାଇ ୨୦୧୫ରେ ବଡ଼ କବରସ୍ତାରେ ପୋତାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.