Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ପୁଅ କଲା ପ୍ରେମ, ବନ୍ଧା ହେଲେ ବାପ-ମାଆ

27/07/2020 at 3:33 PM

ଭୁବନେଶ୍ୱର ୨୭।୦୭: ପୁଅ ପ୍ରେମରେ ସହଯୋଗ କରି ବାପା-ମା’ ଗିରଫ ହୋଇଛନ୍ତି । ସେମାନେ ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ଭାଗବତ ମଠ ବସ୍ତିର ଶଙ୍କର ମଲ୍ଲିକ(୪୫) ଓ ପତ୍ନୀ ପ୍ରତିମା ମଲ୍ଲିକ(୪୦) । ଉଭୟଙ୍କୁ ଗିରଫ କରି ଖଣ୍ଡଗିରି ଥାନା ପୁଲିସ ଆଜି କୋର୍ଟ ଚାଲାଣ କରିଛି ।

ପୁଲିସ ସୂଚନା ଅନୁଯାୟୀ, ଶଙ୍କରଙ୍କ ପୁଅ ରାଜା ମଲ୍ଲିକ(୨୦) ବରମୁଣ୍ଡା ଅଞ୍ଚଳର ସ୍ୱପ୍ନା(ଛଦ୍ମନାମ,୧୬) ନାମ୍ନୀ ନାବାଳିକାଙ୍କୁ ପ୍ରେମ କରୁଥିଲେ । ଗତ ୧୮ ତାରିଖରେ ସେ ସ୍ୱପ୍ନାଙ୍କୁ ନେଇ ଫେରାର୍‌ ହୋଇ ଯାଇଥିଲେ । ସ୍ୱପ୍ନାଙ୍କୁ ରାଜା ଅପହରଣ କରି ନେଇଥିବା ତାଙ୍କ ପରିବାର ଲୋକେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ଅପହରଣ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ତେବେ ଅପହରଣ ପରେ ରାଜାଙ୍କୁ ତାଙ୍କ ବାପା-ମା’ ଟଙ୍କା ପଇସା ଯୋଗାଇବା ଠାରୁ ଆରମ୍ଭ କରି ସେମାନଙ୍କୁ ଫେରାର୍‌ କରାଇବାରେ ସହଯୋଗ କରୁଥିବା ସ୍ୱପ୍ନାଙ୍କ ପରିବାର ଲୋକେ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ସ୍ୱପ୍ନାଙ୍କ ବିଷୟରେ ଖବର ପାଇ ପରିବାର ଲୋକେ ଥାନାକୁ ଯିବା ସମୟରେ ସେମାନଙ୍କୁ ପିଛା କରି ଶଙ୍କର ଓ ପ୍ରତିମା ସେ ବିଷୟରେ ସ୍ୱପ୍ନା ଓ ରାଜାଙ୍କୁ ଖବର ଦେଉଛନ୍ତି । ତେଣୁ ପୁଲିସ ଚଢ଼ଉ ପୂର୍ବରୁ ସ୍ୱପ୍ନା ଓ ରାଜା ସ୍ଥାନ ପରିବର୍ତ୍ତନ କରି ଦେଉଛନ୍ତି । ବାରମ୍ବାର ଏଭଳି ହେବା ଫଳରେ ପୁଲିସ ସେମାନଙ୍କୁ ଧରିବାରେ ବିଫଳ ହେଉଛି । ତେଣୁ ଶଙ୍କର ଓ ପ୍ରତିମାଙ୍କ ବିରୋଧରେ ମାମଲା ରୁଜୁକରି ପୁଲିସ ଉଭୟଙ୍କୁ ଗିରଫ କରିଥିବା ସୂଚନା ଦେଇଛି ।

   Related Posts