ଭାରସାମ୍ୟ ହରାଇ ଓଲଟିଲା ଯାତ୍ରାବାହୀ ବସ୍ : ୨ମୃତ, ଅନେକ ଆହତ

Published By : Prameya-News7 Bureau | December 30, 2019 IST

ଜବଲପୁର ୩୦।୧୨: ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ । ମଧ୍ୟପ୍ରଦେଶର କଟାଙ୍ଗି ନିକଟରେ ସଡକ ଦୁର୍ଘଟଣା  ଘଟିଛି । ଭାରସାମ୍ୟ ହରାଇ ଓଲଟିପଡିଲା ଏକ ଯାତ୍ରୀବାହୀ ବସ୍‌ । ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଚିକିତ୍ସାଲାଗି ଭର୍ତ୍ତି କରାଯାଇଛି ।  ତେବେ ସ୍ଥାନୀୟଲୋକଙ୍କ ସୂଚନାନୁସାରେ ବସ୍‌ଟି  ଦୁତ୍ର ଗତିରେ ୟାତ୍ରା କରୁଥିଲା , ଶେଷରେ ବସ୍‌ ଡ୍ରାଇଭର ବସ୍‌ ଉପରୁ ନିଜର  ନିୟନ୍ତ୍ରଣ ହରାଇ ବସିଥିଲେ । ଫଳରେ ବସ୍‌ଟି ରାସ୍ତାକଡକୁ ଓଲଟି ପଡିଥିଲା । ବସ୍‌ଟି ଜବଲପୁରରୁ ସାଗର ଅଭିମୁଖେ ଯାତ୍ରା କରୁଥିଲା ।

wp:core-embed/twitter {"url":"https://twitter.com/ANI/status/1211531640389820416","type":"rich","providerNameSlug":"twitter","className":""}
https://twitter.com/ANI/status/1211531640389820416
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.