ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ: ତାତିଲେ ଲୋକେ, ଜାଳି ଦେଲେ ହାଇଓ୍ଵା, ହେଲପରକୁ ମରଣାନ୍ତକ ଆକ୍ରମଣ
8/03/2021 at 11:16 PM

ଜୟପୁର ୦୮।୦୩: ରାସ୍ତା ଦୁର୍ଘଟଣାକୁ ନେଇ ଜୟପୁରରେ ତାତିଲେ ଲୋକେ। ଗାଡି ପୋଡିବା ସହ ଜାତୀୟ ରାଜପଥ ୨୬କୁ ଦୀର୍ଘ ସମୟ ଧରି ଅବରୋଧ କରି ରଖିଛନ୍ତି। ଏପରିକି ଦୁର୍ଘଟଣା ଘଟାଇଥିବା ଟିପରର ହେଲପରକୁ ମରଣାନ୍ତକ ଆକ୍ରମଣ କରିବା ସହ ହାଇଓ୍ଵାକୁ ଜାଳି ଦେଇଛନ୍ତି। ଶହ ଶହ ଲୋକ ପ୍ରତିବାଦକୁ ଓହ୍ଲାଇ ଥିବାରୁ ପୋଲିସ ଦୀର୍ଘ ସମୟ ଧରି ନିରବଦ୍ରଷ୍ଟା ସାଜିଥିଲା। ଟିପର ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ ଘଟିଛି।

ଏବେ ବି ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି। କ୍ଷତିପୂରଣ ଦାବିରେ ଶହ ଶହ ଲୋକ ଏବେ ବି ରାସ୍ତା ଅବରୋଧ କରି ରଖିଛନ୍ତି। ଆଜି ସଂଧ୍ୟାରେ ଗୋଟିଏ ଟିପର ଧକ୍କାରେ ସ୍ଥାନୀୟ ଏସ୍ କେ ଟି ଟକିଜ ନିକଟରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା।ମୃତକ ମାନେ ହେଲେ ସ୍ଥାନୀୟ ଅଂଚଳର ପିଣ୍ଟୁ ଖରା ଓ ରାହୁଲ ପଟ୍ଟନାୟକ। ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।