ଉତ୍ତର ଚବିଶ ପ୍ରଗଣାରେ ବୋମାମାଡ, ଦୁଇ ମୃତ ୪ ଗୁରୁତର

Published By : Prameya-News7 Bureau | June 11, 2019 IST

କୋଲକାତା ୧୧|୬: ଥମୁନି ପଶ୍ଚିମବଙ୍ଗରେ ରାଜନୈତିକ ହିଂସା | ସୋମବାର ରାତିରେ ବୋମା ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି | ଉତ୍ତର ଚବିଶ ପ୍ରଗଣାର କାଙ୍କିନାରାରେ କିଛି ଲୋକ ଦେଶୀ ବୋମା ମାଡ କରିଥିଲେ | ବୋମାମାଡ ପରେ ଦୁର୍ବୃତ୍ତମାନେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ଭୟଭୀତ କରି ଲୁଟ୍ ମଧ୍ୟ କରିଥିଲେ | ନିର୍ବାଚନ ପରେ ପଶ୍ଚିମବଙ୍ଗରେ ହିଂସା ବଢିବାରେ ଲାଗିଛି |

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଷୁଡିପଡିଥିବା ଅଭିଯୋଗରେ ରାସ୍ତାକୁ ଓହ୍ଲାଇଛି ବିଜେପି । ପ୍ରତିବାଦରେ ବିଜେପି କଳା ଦିବସ ପାଳନ କରିବା ସହ ସାରା ରାଜ୍ୟରେ ୧୨ଘଣ୍ଟିଆ ବନ୍ଦ ପାଳନ କରିଛି । ଅନେକ ସ୍ଥାନରେ ବିଜେପି କର୍ମୀମାନେ ରାସ୍ତା ଓ ରେଳ ରୋକ ଯୋଗୁଁ ଯାନବାହନ ଓ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି । ରାଜ୍ୟରେ କ୍ରମାଗତ ହିଂସା ବ୍ୟାପିବା ପଛରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାୟୀ ବୋଲି ଦଳ ଅଭିଯୋଗ କରିଛି । ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତି ହିଂସାକୁ ନେଇ କେନ୍ଦ୍ର ସରକାର ଉଦବେଗ ପ୍ରକାଶ କରିଛନ୍ତି ।

ମମତା ସରକାରଙ୍କୁ ଆଡଭାଇଜରୀ କରିଛି ଗୃହମନ୍ତ୍ରୀଣାଳୟ । ପଶ୍ଚିମବଙ୍ଗ ସ୍ଥିତି ନେଇ ଦିଲ୍ଲୀରେ ଗୃହମନ୍ତ୍ରାଳୟର ଉଚ୍ଚସ୍ତରୀୟ ବୈଠକ ହୋଇଛି । ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସ୍ଥିତି ନେଇ ଅବଗତ କରାଇଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ସହ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ସେପଟେ ମମତା ଗୃହ ମନ୍ତ୍ରାଳୟକୁ ଚିଠି ଲେଖି କଡା ଜବାବ ଦେଇଛନ୍ତି । ପଶ୍ଚିମବଙ୍ଗରେ ପରିସ୍ଥିତି ଠିକ୍ ଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.