ଦିଲ୍ଲୀରେ କରୋନାର ଭୟଙ୍କର ରୂପ, ହସ୍ପିଟାଲରେ ଗୋଟିଏ ବେଡ୍‌ରେ ୨ ରୋଗୀ, କେଜ୍ରିଓ୍ବାଲଙ୍କ ଉପରେ ବର୍ଷିଲା ବିଜେପି

Published By : Prameya-News7 Bureau | April 16, 2021 IST

ନୂଆଦିଲ୍ଲୀ ୧୬/୪: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ପରିସ୍ଥିତି ଜଟିଳ ହୋଇପଡ଼ିଛି। ହସ୍ପିଟାଲରେ ବେଡ୍‌ କମ୍‌ ପଡ଼ୁଥିବା ବେଳେ ଆକ୍ରାନ୍ତଙ୍କ ଚିକିତ୍ସାକୁ ନେଇ ପ୍ରଶ୍ନ ଉଠିଛି। କୌଣସି ହସ୍ପିଟାଲରେ ବେଡ୍‌ ସମସ୍ୟା ନଥିବା ନେଇ ଦିଲ୍ଲୀ ସରକାର ଦାବି କରୁଥିବା ବେଳେ ଶୁକ୍ରବାର ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଏଲଏନଜେପି ହସ୍ପିଟାଲର ଏ ଦୃଶ୍ୟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଉପରକୁ ଅଙ୍ଗୁଳି ନିର୍ଦେଶ କରିଛି।

କରୋନା ବେକାବୁ ହୋଇପଡ଼ିଥିବା ବେଳେ ଗୋଟିଏ ବେଡ୍‌ରେ ଦୁଇ ଦୁଇ ଜଣ ସଂକ୍ରମିତଙ୍କୁ ରଖାଯାଉଥିବା ଦେଖିବାକୁ ମିଳିଛି। ଏଲଏନଜେପି ହସ୍ପିଟାଲର ଏ ସ୍ଥିତି ଦେଖିବା ପରେ ଅନୁମାନ କରିପାରୁଥିବେ ଯେ, ଶୀଘ୍ର ବେଡ୍‌ ସଂଖ୍ୟା ବଢ଼ାନଗଲେ ଆଗାମୀ ଦିନରେ ସ୍ଥିତି କେମିତ ହେବ । ସେପଟେ ଏନେଇ ଏଲଏନଜେପି ହସ୍ପିଟାଲର ନିର୍ଦେଶକ ଶୁକ୍ରବାର କହିଛନ୍ତି, କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପୂରା କ୍ଷମତାରେ ଆମେ କାର୍ଯ୍ୟୁ କରୁଛୁ। ଏଠାରେ ୩୦୦ରୁ ଅଧିକ ଆଇସିୟୁ ବେଡ୍‌ ରହିଛି। ଆଜି ୧୫୮ ଜଣ କରୋନା ସଂକ୍ରମିତ ଭର୍ତ୍ତି ହୋଇଛନ୍ତି। ସବୁ ରୋଗୀଙ୍କ ଅକ୍ସିଜେନ୍‌ ଲେଭେଲ୍‌ ୯୧ରୁ କମ୍‌ ରହିଛି।

wp:embed {"url":"https://twitter.com/ANI/status/1382968195321974784","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1382968195321974784
/wp:embed

ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଥିଲେ, ଦିଲ୍ଲୀ ହସ୍ପିଟାଲରେ ବେଡ୍‌ର ଅଭାବ ନାହିଁ। ଏବେ ୫୦୦୦ରୁ ଅଧିକ ବେଡ୍‌ ଖାଲି ରହିଛି। ଅନ୍ୟପଟେ ସାମ୍ନାକୁ ଆସିଥିବା ଦୃଶ୍ୟକୁ ନେଇ ବିରୋଧୀ ବିଜେପି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଉପରେ ବର୍ଷିଛି । ଦିଲ୍ଲୀ ବିଜେପି ଟ୍ବିଟ୍‌ କରିଛି, ‘ଏଲଏନଜେପି ହସ୍ପିଟାଲରେ ଗୋଟିଏ ବେଡ୍‌ରେ ଦୁଇ ରୋଗୀଙ୍କ ଏହି ଦୁଃଖଦ ଚିତ୍ର ମୁଖ୍ୟମନ୍ତ୍ରୀଙ୍କ ମିଥ୍ୟା ଦାବି ଉପରୁ ପରଦା ଉଠାଇଛି। ଦିଲ୍ଲୀରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଭୁଶୁଡ଼ି ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ଟିଭିରେ ଆସିବାକୁ ବ୍ୟସ୍ତ। ଏବେ ଯାଏ କେଜ୍ରିଓ୍ବାଲ ସରକାର କାହିଁକି ଶୋଇଛି ବୋଲି ଲୋକେ ପଚାରୁଛନ୍ତି।’

wp:embed {"url":"https://twitter.com/BJP4Delhi/status/1382931349296746501","type":"rich","providerNameSlug":"twitter","responsive":true,"className":""}
https://twitter.com/BJP4Delhi/status/1382931349296746501
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.