ଲାଞ୍ଜିଗଡ ଓ ବିଶ୍ବନାଥପୁର ପଞ୍ଚାୟତ ୭୨ଘଣ୍ଟା ପାଇଁ ସଟ୍ ଡାଉନ୍

Published By : Prameya-News7 Bureau | July 24, 2020 IST

କଳାହାଣ୍ଡି ୨୪।୭: ଦିନକୁ ଦିନ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାୟଗଡା ଜିଲ୍ଲାକୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଏଥିଯୋଗୁଁ ରାୟଗଡା ଜିଲ୍ଲାର ସମସ୍ତ ପଡୋଶୀ ବ୍ୟବସାୟୀ ଲାଞ୍ଜିଗଡ ଓ ବିଶ୍ବନାଥପୁର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ବ୍ୟବସାୟ ଓ ଅନ୍ୟାନ୍ୟ କାର୍ଯ୍ୟ କରି ଆସୁଥିଲେ । ଏହାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ଭାବେ ଲାଞ୍ଜିଗଡ ଓ ବିଶ୍ବନାଥପୁର ଗ୍ରାମପଞ୍ଚାୟତକୁ ୭୨ ଘଣ୍ଟା ପାଇଁ  ସଟ୍ ଡାଉନ୍ ଘୋଷଣା କରାଯାଇଛି। ଲାଞ୍ଜିଗଡ ସରପଞ୍ଚ ସୁଶ୍ରୀ ମଣି ମାଝୀ ଓ ବିଶ୍ବନାଥପୁର ସରପଞ୍ଚ ପିଙ୍କି ସିରିକିକା ।

{"id":304688,"sizeSlug":"large"}

ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଲାଞ୍ଜିଗଡ ପତ୍ର ସଂଖ୍ୟା-୨୪୨, ବିଶ୍ବନାଥପୁର କାର୍ଯ୍ୟାଳୟ ପତ୍ର ସଂଖ୍ୟା- ୭୬ ତା- ୨୩/୭/୨୦୨୦ରେ ଏନେଇ ସୂଚିତ କରାଯାଇଛି । ଏଥିରେ ଉଲ୍ଲେଖ ରହିଛି ଯେ, ଜୁଲାଇ ୨୪ ତାରିଖ ଶୁକ୍ରବାରଠାରୁ ଜୁଲାଇ ୨୬ ତାରିଖ ରବିବାର ପର୍ଯ୍ୟନ୍ତ ଲାଞ୍ଜିଗଡ ବ୍ଲକର ଲାଞ୍ଜିଗଡ ଓ ବିଶ୍ବନାଥପୁର ପଞ୍ଚାୟତ ସଟ୍ ଡାଉନ୍ ରେ ରହିବ । କେବଳ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସେବାକୁ ଏହି ବନ୍ଦରୁ ବାଦ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.