Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହାଟଡିହି ବ୍ଲକ୍‌ର ଶାସଙ୍ଗ ଓ ହାଟଡିହି ପଞ୍ଚାୟତ ୨ ଦିନ ପାଇଁ ସଟ୍ ଡାଉନ୍

20/08/2020 at 9:16 AM

ଆନନ୍ଦପୁର ୨୦।୮: ହାଟଡିହି ବ୍ଲକ୍ ର ଶାସଙ୍ଗ ଓ ହାଟଡିହି ପଞ୍ଚାୟତକୁ ଆଜିଠାରୁ ୨ ଦିନ ପାଉଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ଉଭୟ ପଞ୍ଚାୟତର ସରପଞ୍ଚ ।

ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ସରପଞ୍ଚମାନେ ଏହି ନିଷ୍ପତି ଗ୍ରହଣ କରିଛନ୍ତି । ଉଭୟ ପଞ୍ଚାୟତରେ ବଢୁଥିବା ସ୍ଥାନୀୟ ସଂକ୍ରମଣକୁ ଦୃଷ୍ଟିର ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।

ଗତ କିଛି ଦିନ ମଧ୍ୟରେ ଶାସଙ୍ଗ ପଞ୍ଚାୟତରେ ସ୍ଥାନୀୟ ସଂକ୍ରଣ ବୃଦ୍ଧିପାଇଛି । ଆଜି ସୁଦ୍ଧା ଏହି ପଞ୍ଚାୟତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଥିବା ସରପଞ୍ଚ ସୂଚନା ଦେଇଛନ୍ତି ।

ସେହିଭଳି ହାଟଡିହି ପଞ୍ଚାୟତରେ ଗତକାଲି ଗୋଟିଏ ପରିବାରରୁ ଏକା ବେଳେ ୯ ଜଣ କରୋନା ସଂକ୍ରମିତ ଚିହ୍ନଟ ପରେ ସରପଞ୍ଚ ସଟ୍ ଡାଉନ୍ ର ନିଷ୍ପତି ନେଇଥିବା କହିଛନ୍ତି ।

   Related Posts