Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଜିମ୍ବାଓ୍ବେ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନୀ ଖେଳାଳିଙ୍କ ବୋକାମୀ: ଗୋଟିଏ ପାର୍ଶ୍ବକୁ ଦୌଡ଼ିଲେ ଦୁଇ ବ୍ୟାଟ୍ସମ୍ୟାନ୍‌, ଭିଡିଓ ଭାଇରାଲ୍‌

30/10/2020 at 10:20 PM

ଇସ୍‌ଲାମାବାଦ୍‌ ୩୦/୧୦:  ମେନ ଇନ୍ ଗ୍ରୀନ୍ ଏବଂ ଜିମ୍ବାୱେ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ODI ଏବଂ T20I ସିରିଜ୍ ସହିତ ଅନ୍ତର୍ଜାତୀୟ କ୍ରିକେଟ୍ ପୁଣିଥିରେ ଆରମ୍ଭ ହୋଇଯାଇଛି।  ଅକ୍ଟୋବର 30, ଶୁକ୍ରବାର  ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ ୱାନ ଡେ ଇଣ୍ଟରନ୍ୟାସନାଲରେ ବାବର ଆଜମ ପ୍ରଥମ ଥର ପାଇଁ ପାକିସ୍ତାନର ଅଧିନାୟକ ଦାୟିତ୍ବ ତୁଲାଇଛନ୍ତି। ସେପଟେ ଜିମ୍ବାୱେ ଅଧିନାୟକ ଚାମୁ ଚିଭବା ମଧ୍ୟ ପାକିସ୍ତାନ ଗସ୍ତରେ ଆସିଥିବା ବେଳେ ବିଜୟ ସହ ଯାତ୍ରା ଆରମ୍ଭ କରିବାକୁ ଆଶା ରଖିଛନ୍ତି ।

ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସମସ୍ତ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଭଲ ଆରମ୍ଭ କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେହି ଏହାକୁ ଏକ ବଡ଼ ସ୍କୋରରେ ପରିଣତ କରିବାରେ ସଫଳ ହୋଇନଥିଲେ। ଇମାମ-ଉଲ-ହକ ଏବଂ ଆବିଦ୍ ଅଲିଙ୍କ ଓପନିଂ ଯୋଡ଼ି ୧୦  ଓଭର ଶେଷରେ କେବଳ ୪୧ ରନ୍‌ ସ୍କୋର କରିଥିଲେ।

ଜିମ୍ବାଓ୍ବେକୁ ପ୍ରଥମ ସଫଳତା ଭାବେ ଅଲିଙ୍କ ଓ୍ବିକେଟ ମିଳିଥଲା। ତାଙ୍କ ପରେ ପରେ ଅଧିନାୟକ ଆଜମ ମଧ୍ୟ ଆଉଟ ହୋଇ ପାଭିଲିୟନ୍‌ ଫେରିଥିଲେ। ୫୦ ଓଭର ଶେଷ ସୁଦ୍ଧା ପାକିସ୍ତାନ ୨୮୧ ରନ୍‌ କରିଥିଲା। ମୁଜାରାବାନୀ ଏବଂ ତେନ୍ଦାଇ ଚିସୋରୋ ଜିମ୍ବାୱେ ପାଇଁ ଦୁଇଟି ୱିକେଟ୍ ନେଇଥିଲେ। ମୁମ୍ବା ଏବଂ ସିକନ୍ଦର ରଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ODI ର ପ୍ରଥମ ଇନିଂସରେ ଓପନିଂ ବ୍ୟାଟ୍ସମ୍ୟାନ୍ ଇମାମ-ଉଲ-ହକ ଏବେ ଚର୍ଚ୍ଚାରେ ଅଛନ୍ତି କିନ୍ତୁ ତାଙ୍କ ଶତକ ପାଇଁ ନୁହେଁ। ବାମହାତୀ ବ୍ୟାଟ୍ସମ୍ୟାନ୍ ଇମାମ  ୨୬ ଓଭରରେ ରନ୍‌ ଆଉଟ ହୋଇଥିଲେ ଯାହାକି ଆଜି ଅତ୍ୟନ୍ତ ରୋଚକପୂର୍ଣ୍ଣ ସ୍ଥିତି ଥିଲା । ବଲ୍‌କୁ ପଛପଟକୁ କ୍ଲିକ୍‌ କରିବା ପରେ ବଲ୍‌ ଉପରେ ଧ୍ୟାନ ଦେବା ସହ ସୋହେଲଙ୍କୁ ସିଙ୍ଗଲ ପାଇଁ ଇଶାରା ଦେଇଥିଲେ। ସୋହେଲ କିଛି ଦେଖିବା ପୂର୍ବରୁ ରନ୍‌ ପାଇଁ ଦୌଡ଼ିଥିଲେ। କିନ୍ତୁ ଶେଷରେ ଇମାମ ପୁଣିଥରେ ପଛକୁ ଫେରିଥିଲେ। ଏହାର ଫଳସୂରୁପ ଅଜାଣତରେ ଉଭୟ ବ୍ୟାଟ୍ସମ୍ୟାନ୍‌ ଗୋଟିଏ ପଟକୁ ଦୌଡ଼ିଥିଲେ। କିନ୍ତୁ ଇମାମଙ୍କ ପୂର୍ବରୁ ସୋହେଲ ଆଗ କ୍ରିଜ୍‌କୁ ସ୍ପର୍ଶ କରିଥିଲେ। ସେପଟେ ବୋଲର ବଲ୍‌ ପାଇ ଆଉଟ୍‌ କରିଥିଲେ। କ୍ରିଜ୍‌ ସ୍ପର୍ଶ କରିନଥିବା ହେତୁ ଇମାମଙ୍କୁ ଆଉଟ ଘୋଷଣା କରିଥିଲେ ଅମ୍ପାୟର।

   Related Posts