Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଜଏଣ୍ଟ ଆକାଉଣ୍ଟ ନୁହେଁ: ଜଣେ ଟଙ୍କା ଜମା କରୁଥିଲେ, ଅନ୍ୟ ଜଣେ ଟଙ୍କା ଉଠାଉଥିଲେ, ସାମାନ୍ୟ ଭୁଲ୍‌ ପାଇଁ ପଡ଼ିପାରନ୍ତି ଠକାମିରେ

19/11/2019 at 10:18 PM

ଭିଣ୍ଡ୧୯/୧୧: ଏପରି ଏକ ଘଟଣା ସାମ୍ନା ଆସୁଛି ଯାହା ସଂପର୍କରେ ଜାଣିଲେ ବ୍ୟାଙ୍କରେ ଟଙ୍କା ରଖିବା ପାଇଁ ଭୟ କରିବେ। ବ୍ୟାଙ୍କ ମ୍ୟାନେଜରଙ୍କ ଅବେହଳା ଯୋଗୁଁ ଏଭଳି ଘଟଣା ଘଟିଛି। ବ୍ୟାଙ୍କ ଆକାଉଣ୍ଟରେ ଜଣେ ଟଙ୍କା ଜମା କରି ଚାଲିଛି ଆଉ ଜଣେ ମାସକୁ ମାସ ଟଙ୍କା ଉଠାଇ ଚାଲିଛି।

 ନାଁ ଜଏଣ୍ଟ ଆକାଉଣ୍ଟ ନା ଟଙ୍କା ଉଠାଥିବା ବ୍ୟକ୍ତି ତାଙ୍କ ସଂପର୍କୀୟ ହେଲେ ସେ ମାସକୁ ମାସ ଟଙ୍କା ଉଠାଇ ଚାଲିଥିଲେ। ସୂଚନା ଅନୁସାରେ ଖାତାଧାରୀ ହୁକୁମ ସିଂହ ପ୍ରତିମାସ ବ୍ୟାଙ୍କରେ ଟଙ୍କା ଜମା କରନ୍ତି। ଅନ୍ୟପଟେ ରାମଦୟାଲ ବାଘେଲ ପ୍ରତିମାସ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାର ଲାଗନ୍ତି।ମଧ୍ୟ ପ୍ରଦେଶର ଭିଣ୍ଡରେ ଏଭଳି ଅଜବ ପ୍ରକାର ଘଟଣା ଘଟିଛି। କିନ୍ତୁ ପ୍ରକୃତ ଘଟଣା ବାଘେଲ କିପରି ଟଙ୍କା ଉଠାଇଥିଲେ ଏହି ସଂପର୍କରେ ଜାଣନ୍ତୁ..

ସୂଚନା ଅନୁସାରେ ହୁକୁମ ସିଂହ ଓ ରାମଦାୟାଲ ଦାଘେଲ ଗୋଟିଏ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ। ବ୍ୟାଙ୍କ ମ୍ୟାନେଜର ଭୁଲରେ ଏହି ଦୁଇଜଣଙ୍କ ଗୋଟିଏ ଆକାଉଣ୍ଟ ନମ୍ବର ଦେଇଥିଲେ। ଖାଲି ସେତିକି ନୁହେଁ ଉଭୟଙ୍କ ପାସ୍‌ବୁକ ଗ୍ରାହକ ସଂଖ୍ୟା ନମ୍ବର ମଧ୍ୟ ସମାନ ଥିଲା। ବାଘେଲ ଏଭଳି ଭା​ବେ  ୬ ମାସରେ ୮୯ ହଜାର ଟଙ୍କା  ହୁକୁମ ସିଂହଙ୍କ ଆକାଉଣ୍ଟରୁ ଉଠାଇ ନେଇଥିଲେ। ହୁକୁମ ବ୍ୟାଙ୍କ ଆକାଉଣ୍ଟ ଚେକ୍ କରିବା ପରେ ପ୍ରକୃତ ଘଟଣା ସାମ୍ନା ଆସିଥିଲା।

   Related Posts