Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହାବାତ୍ୟାର ମୁକାବିଲାରେ ପ୍ରମୁଖ ଯୋଦ୍ଧା ପାଲଟିଛନ୍ତି ଦୁଇ ଓଡିଆ

19/05/2020 at 12:59 PM

ଭୁବନେଶ୍ୱର ୧୯।୦୫: ଦେଶର ଉପକୂଳବର୍ତ୍ତି ଅଞ୍ଚଳ ପାଇଁ ସବୁବେଳେ ବାତ୍ୟାର ଭୟ ରହିଥାଏ । ଖାସ୍‌କରି ମେ ମାସ ଓ ଅକ୍ଟୋବର ମାସରେ ଏହି ବାତ୍ୟାର ଭୟ ରହିଥାଏ । ତେବେ କେବେ ଏହି ବାତ୍ୟା ଯେ ମହାବାତ୍ୟାରେ ପରିଣତ ହୋଇଥାଏ । ସେଥିନେଇ ପୂର୍ବରୁ ଆକଳନ କରାଯାଇଥାଏ । ତେବେ ଆକଳନ କରିବାରେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏବେ ବାତ୍ୟା ସମୟରେ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା, ଲୋକମାନଙ୍କ ନିକଟରେ ଜରୁରୀ ସାମଗ୍ରୀ ପହଞ୍ଚିବା ସେଦିଗରେ ଆଉ ଗୋଟିଏ ବିଭାଗ କାମ କରିଥାଏ । ସେ ହେଉଛି NDRF । ତେବେ ଚଳିତ ମାସରେ ଏକ ବାତ୍ୟାର ସମ୍ମୁଖୀନ ହେବାକୁ ଯାଉଛି ଉପକୂଳବର୍ତ୍ତି ରାଜ୍ୟଗୁଡିକ । ଯଥାକ୍ରମେ ଓଡିଶା, ପଶ୍ଚିମ, ଆସମା ସମେତ ୮ ରାଜ୍ୟ । ତେବେ ଏହିଭଳି କଠିନ ବା ବିପତ୍ତି ସମୟରେ ବାତ୍ୟାର କିପରି ସଫଳ ମୁକାବିଲା ଓ ଲୋକଙ୍କୁ ସରୁକ୍ଷିତ ରଖିବାରେ ଦୁଇଜଣ ଓଡିଆଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଜଣେ ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଥିବା ବେଳେ NDRF ଡିଜି ସତ୍ୟ ନାରାୟଣ ପ୍ରଧାନ ଭାବେ କାର୍ଯ୍ୟ କରୁଛନ୍ତି । ଦେଶରେ ବାତ୍ୟା ଭଳି କଠିନ ସମୟରେ କିପରି ସୂଚାରୁ ରୂପେ ଲୋକଙ୍କୁ ସଚେତନ ଓ ସୁରକ୍ଷିତ ରଖିବା ଦିଗରେ କାମ କରୁଥିବା ଏହି ଦୁଇ ଓଡିଆଙ୍କୁ ବିଷୟରେ ।

ତେବେ ଭାରତୀୟ ପାଣିପାଗ ବିଜ୍ଞାନ ବାତ୍ୟାର ପୂର୍ବାନୁମାନ କରିବା ଓ ଏହାର ସମ୍ଭାବ୍ୟ ଗତିପଥ ବିଷୟରେ ଆଗୁଆ ସୂଚନା ମିଳିବା ଦ୍ୱାରା ଅନେକ ଧନ ଜୀବନ ହାନି ରୋକିବାରେ ସାହାଯ୍ୟ ହୋଇଥିଲା । ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ବିଶେଷଜ୍ଞ ଶାଖା ୨୦୦୬ ପର ଠାରୁ ଗୋଟିଏ ପରେ ଗୋଟିଏ ବାତ୍ୟା ଓ ଘୂର୍ଣ୍ଣିବଳୟର ସଠିକ୍ ପୂର୍ବାନୁମାନ ଦେଇଛି । ତେବେ ଏହି ଏହି ସଙ୍ଗଠନର ଶୀର୍ଷରେ ଅଛନ୍ତି ଜଣେ ଓଡିଆ , ଏବଂ ସେ ହେଉଛନ୍ତି IMDର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । କେହି କେହି ତାଙ୍କୁ ‘ସାଇକ୍ଲୋନ୍ ମ୍ୟାନ୍’ ଭାବରେ ମଧ୍ୟ ଜାଣିଥାନ୍ତି । ପାଖାପାଖି ୨୬ ବର୍ଷ ଧରି ପାଣିପାଗ ବିଶେଷଜ୍ଞ ଭାବରେ କାର୍ଯ୍ୟ କରୁଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର । ଫାଇଲିନ୍, ହୁଡହୁଡ୍‌, ତିତଲି, ଓ ଫନି ବାତ୍ୟା ପରି ୨୦୦୬ ପର ଠାରୁ ଆସିଥିବା ଗୋଟିଏ ପରେ ଗୋଟିଏ ସାଇକ୍ଲୋନର ସଠିକ ପୂର୍ବାନୁମାନ କରିଥିବାର ତାଙ୍କୁ ଶ୍ରେୟ ମିଳିଛି । 

ସେହପରି ଏହି ବାତ୍ୟା ଭଳି ବିପତ୍ତି ସମୟରେ ଆଉ ଜଣେ ଓଡିଆ ମଧ୍ୟ ନିଜ କର୍ତ୍ତବ୍ୟରେ ଆଗେଇ ଚାଲିଛନ୍ତି । ସେ ହେଉଛନ୍ତି NDRFର ଡିଜି ସତ୍ୟ ନାରାୟଣ ପ୍ରଧାନ । ଓଡିଶାର ଏହି ବରିଷ୍ଠ ଆଇପିଏସ୍‌ ଜଣଙ୍କ National Disaster Response Force (NDRF) ଡିଜି ଭାବେ ନିଜର ଦାୟିତ୍ବ ବହନ କରୁଛନ୍ତି । ୧୯୮୮ ବ୍ୟାଚ୍‌ର ଏହି ଝାଡଖଣ୍ଡ କ୍ୟାଡ୍‌ର ଆଇପିଏସ୍‌ ଅଫିସର । ପୂର୍ବରୁ ସେ ଭାରତ ସରକାରରେ ଅତିରିକ୍ତ ମହାନିର୍ଦ୍ଦେଶଗକ ଭାବେ କାର୍ୟ୍ୟ କରୁଥିଲେ । ତାହା ପୂର୍ବରୁ ସେ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରାଣାଳୟର ଯୁଗ୍ନ ସଚିବ ଭାବେ କାର୍ଯ୍ୟ କରିସାରିଛନ୍ତି । ତେବେ ଦେଶରେ ବାତ୍ୟା ହେଉ କି ମହାବାତ୍ୟା ଭଲି ଜରୁରୀକାଳୀନ ସ୍ଥିତିରୁ ସବୁଠାରେ ଆଗରେ ରହିଥାଏ ଏହି ବିଭାଗ ଟିଏ ଯାହାର ନାମ ହେଉଛି NDRF । ଲୋକମାନଙ୍କୁ କିପରି ସୁରକ୍ଷିତ ଭାବେ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ଓ ବିପଦସମୟରେ ଲୋକମାନଙ୍କୁ କିପରି ଉଦ୍ଧାର କରିବା ସେଦିଗରେ ଏହାର NDRFର କର୍ମଚାରୀମାନେ ନିଜ ଜୀବନକୁ ଦାଉରେ ଲଗାଇଥାନ୍ତି । ଏବଂ ଲୋକମାନଙ୍କୁ ସଠିକ୍‌ ସେବା ଯୋଗାଇଥାନ୍ତି ।

   Related Posts