ମୁକେଶ ଅମ୍ବାନୀଙ୍କ ବଗିଚାରେ ଲାଗିବ ୧୮୨ ବର୍ଷର ଅଲିଭ ଗଛ, ଆନ୍ଧ୍ରପ୍ରଦେଶ ନର୍ସରୀରୁ ପହଞ୍ଚିଲା ଜାମନଗର

Published By : Prameya-News7 Bureau | November 28, 2021 IST

କାଦିୟାମ ୨୮।୧୧:  ନିଜର ଗୁଣ ଲାଗି ପରିଚିତ ଅଲିଭ ଗଛ ଏବେ ଦେଶର ପ୍ରମୁଖ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବଙ୍ଗଳାର ଶୋଭା ବର୍ଦ୍ଧନ କରିବାକୁ ଯାଉଛି। ଅମ୍ବାନୀ ତାଙ୍କ ବଗିଚାରେ ୧୮୨ ବର୍ଷ ବୟଷ୍କ ତିନୋଟି ଅଲିଭ ଗଛ ଲଗାଇବେ । ଏହା ବିଶ୍ୱର ଏକମାତ୍ର ଦୀର୍ଘାୟୁ ବୃକ୍ଷ। ଏହାକୁ ଏକ ପବିତ୍ର ବୃକ୍ଷ ମନେ କରାଯାଉଥିବା ବେଳେ ବଗିଚାରେ ରହିଲେ ଶୁଭ ବୋଲି କୁହାଯାଏ। ଏହା ସମୃଦ୍ଧି ଆଣିଥାଏ ଏଣୁ ଅମ୍ବାନୀଙ୍କ ଜାମନଗର ବଙ୍ଗଳାର ବଗିଚାରେ ଖୁବଶୀଘ୍ର ଅଲିଭ ଗଛ ଲାଗିବ।

{"id":551171,"sizeSlug":"full","linkDestination":"none"}

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶତାଧିକ ବର୍ଷ ପୁରୁଣା ଏହି ବୃକ୍ଷ ଦୁଇଟିକୁ  ଆନ୍ଧ୍ରପ୍ରଦେଶର ଏକ ନର୍ସରୀ ଲାଳନପାଳନ କରୁଥିଲେ। ୩ ବର୍ଷ ପୂର୍ବେ ଅଲିଭ ବୃକ୍ଷ ଦୁଇଟିକୁ ଆନ୍ଧ୍ରପ୍ରଦେଶର କାଦିୟାମସ୍ଥିତ ଗୌତମୀ ନର୍ସରୀ ସ୍ପେନରୁ ଅଣାଇଥିଲେ। ଏବେ ଗଛ ଦୁଇଟିକୁ ଟ୍ରକରେ ଲଦି ଅମ୍ବାନୀଙ୍କ ଜାମନଗରସ୍ଥିତ ଘରକୁ ପଠାଇଦିଆଯାଇଥିବା ବେଳେ ପାଞ୍ଚଦିନର ଯାତ୍ରାପରେ ପହଞ୍ଚିଛି। ଏବେ ଏହା ମୁକେଶ ଅମ୍ବାନୀଙ୍କ ବଗିଚାରେ ଲାଗିବ। ଏଥିଲାଗି ଅମ୍ବାନୀ ଅନୁନ୍ୟ ୮୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।

{"id":551172,"width":840,"height":1119,"sizeSlug":"full","linkDestination":"none"}

ଗଛ ଦୁଇଟି ଯେତେବେଳେ ଭାରତୀୟ ପରିବେଶ ଅନୁକୂଳ ହୋଇଗଲେ ସେତେବେଳେ ନର୍ସରୀ କର୍ତ୍ତୃପକ୍ଷ ଏହାକୁ ବିକ୍ରି କରିବା ଲାଗି ରଖିଥିଲେ। ଏ ସମ୍ପର୍କରେ ସୂଚନା ପାଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧିକାରୀମାନେ ନର୍ସରୀ ସହ ଯୋଗାଯୋଗ କରିଥିଲେ। ପରେ ଏହାକୁ କିଣିବା ସହ ଅତ୍ୟନ୍ତ ଯତ୍ନରେ ଗୁଜରାଟର ଜାମନଗର ପହଞ୍ଚାଇଛନ୍ତି। ଏଠାରେ ଅମ୍ବାନୀ ଏକ ପ୍ରାଣୀ ଉଦ୍ୟାନର ପରିକଳ୍ପନା କରିଛନ୍ତି। ଏଣୁ ଦେଶ ବିଦେଶର ବିରଳ ବୃକ୍ଷ ସଂଗ୍ରହ କରି ଲଗାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.