Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବନ୍ୟାଜଳରେ ଭାସିଗଲେ ଦୁଇ ବୃଦ୍ଧ, ଦୁଇ ଘଣ୍ଟା ପରେ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

26/08/2020 at 4:42 PM

ମୋରଡା ୨୬।୮: ବନ୍ୟାଜଳରେ ଭାସି ଯାଇଥିବା ଦୁଇ ବୃଦ୍ଧ ଉଦ୍ଧାର ହେଲେ । ରାସଗୋବିନ୍ଦପୁର ବ୍ଲକ୍ କାଟୁଣୀ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଜମ୍ଭିରା ନଦୀ କୂଳରେ ଏକ ଚାଳ ଘରେ ବସବାସ କରୁଥିଲେ ଦୁଇ ବୃଦ୍ଧ । ସେମାନେ ହେଲେ ୬୫ ବର୍ଷ ବୟସ୍କ ଭଞ୍ଜ ବେଶ୍ରା ଓ ୬୦ ବର୍ଷ ବୟସ୍କ ଦୁଲୀ ହେମ୍ବ୍ରମ । ବନ୍ୟାଜଳ ଆସିବାରୁ ଘର ଭାଙ୍ଗିବା ସହିତ ଘରେ ରହୁଥିବା ଦୁଇ ବୃଦ୍ଧ ନଦୀ ପାଣିରେ ଭାସିଯାଇଥିଲେ । ପାଖାପାଖି ୧୫୦ ମିଟର ଦୂରରେ ଥିବା ଗଛରେ ଭାସି ଲାଗିଯାଇଥିଲେ ।

ସ୍ଥାନୀୟ ଲୋକମାନେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ନଦୀରେ ପାଣି ସ୍ରୋତ ଜୋର ଥିବାରୁ ଉଦ୍ଧାର କରିବାରେ ଅଗ୍ନିଶମ ବିଭାଗକୁ ସମସ୍ୟା ହୋଇଥିଲା । ପରେ ଏକ ଦୌଡି ସାହାଯ୍ୟରେ ଦୁଇ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ । ଦୁଇ ଘଣ୍ଟା ଧରି ପରିଶ୍ରମ କଲା ପରେ ଦୁଇ ବୃଦ୍ଧ ଉଦ୍ଧାର ହେଲେ ।

ଘଟଣାସ୍ଥଳରେ ରାସଗୋବିନ୍ଦପୁର ତହସିଲଦାର ସମ୍ବିତ ସଂଗ୍ରାମଜିତ ସାହୁ, ସ୍ଥାନୀୟ ଆରଆଇ, ଅଗ୍ନିଶମ ବିଭାଗ ଓ ପୋଲିସ ଉପସ୍ଥିତ ଥିଲେ । ଉଦ୍ଧାର ପରେ ମେଡିକାଲ ଟେଷ୍ଟ କରାଯାଇଛି । ଦୁଇ ଜଣ ସୁସ୍ଥ ଥିବା ଜଣାପଡିଛି ।

   Related Posts