Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦିଲ୍ଲୀ ଜେଏନ୍‌ୟୁ ଛାତ୍ର ସଂସଦ ନିର୍ବାଚନରେ ଏଥର ଦୁଇଜଣ ଓଡିଆ ଛାତ୍ର ହୋଇଛନ୍ତି ପ୍ରାର୍ଥୀ, ଜାଣନ୍ତୁ କିଏ…

31/08/2019 at 1:58 PM

ନୂଆଦିଲ୍ଲୀ ୩୧|୮: ଚଳିତ ବର୍ଷ ଜେଏନୟୁ ଛାତ୍ର ସଂସଦ ନିର୍ବାଚନରେ ୨ଜଣ ଓଡିଆ ଛାତ୍ର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଜଣେ ଏବିଭିପିର ଏବଂ ଅନ୍ୟ ଜଣେ ବାପସାର । ଜିତେନ୍ଦ୍ର ସୁନା ବାପାସରୁ ଛାତ୍ର ସଂସଦର ସଭାପତି ପଦ ଲାଗି ଆଶାୟୀ ଅଛନ୍ତି । ସେହିଭଳି ଏବିଭିପିରୁ ସୁମନ୍ତ ସାହୁ ଜଏଣ୍ଟ ସେକ୍ରେଟାରି ପାଇଁ ନିର୍ବାଚନ ଲଢୁଛନ୍ତି।

ଏଥର ଜେନୟୁରେ ଓଡିଶା। ଛାତ୍ର ସଂସଦ ନିର୍ବାଚନରେ ମୁଖ୍ୟ ଭୂମିକା ନିର୍ବାହ କରିବେ ଓଡିଆ ଛାତ୍ରଛାତ୍ରୀ । ଚଳିତ ବର୍ଷ ଓଡିଶାର ଜିତେନ୍ଦ୍ର ସୁନା ଜେଏନୟୁ ଛାତ୍ର ସଂସଦ ନିର୍ବାଚନରେ ସେ ବାପସା ବା ବିର୍ସା ଆମ୍ବେଦର ଫୁଲେ ଛାତ୍ର ଆସୋସିଏସନରୁ ସଭାପତି ପଦ ପାଇଁ ନିର୍ବାଚନ ଲଢୁଛନ୍ତି। ତାଙ୍କ ଘର କଳାହାଣ୍ଡିର ପୁରକେଲା। ମୁଖ୍ୟ ସମସ୍ୟା ଡିସକ୍ରିମିନେସନ କେବଳ ଭାଷାକୁ ନେଇ ନୁହେଁ ଜାତି ଧର୍ମ କୁ ନେଇ ମଧ୍ୟ ଜେଏନୟୁରେ ରହିଛି। ତା ସହିତ ଡ୍ରପଆଉଟ ସମସ୍ୟା ସହ ସେ ଏଥର ନିର୍ବାଚନକୁ ଓହ୍ଲାଇଛନ୍ତି।

ସେପଟେ ବଲାଙ୍ଗିରର ସୁମନ୍ତ ସାହୁ ଏବିଭିପି ତରଫରୁ ଜଏଣ୍ଟ ସେକ୍ରେଟାରୀ ପାଇଁ ନିର୍ବାଚନ ଲଢୁଚନ୍ତି । ୨୦୦୧ରେ ୨ୟ ଥର ପାଇଁ ଏବିଭିପି ତରଫରୁ ଓଡିଆ ଛାତ୍ର ପ୍ରାର୍ଥୀ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ସମସ୍ୟା ସହ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗକୁ ନେଇ ସେ କ୍ୟାମ୍ପେନିଂ କରିବେ । ଚଳିତ ଥର ସେ ଜିତିବେ ବୋଲି ମଧ୍ୟ ଆଶା ରଖିଛନ୍ତି।

ଚଳିତ ଥର ଜେଏନୟୁର ୮୦୦୦ ଛାତ୍ରଛାତ୍ରୀ ଭୋଟ୍ ଦେବେ।  ଏଥିରୁ ଓଡିଶାରୁ ପାଖାପାଖି ୪୦୦ ଛାତ୍ରଛାତ୍ରୀ ନିର୍ଣ୍ଣାୟକ ଭୂଣିକା ନେବେ। ସେପ୍ଟେମ୍ବର ୬ରେ ଛାତ୍ର ସଂସଦ ନିର୍ବାଚନ । ଫଳରେ କ୍ୟାମ୍ପେନିଂ ବି ବର୍ତ୍ତମାନ ଜୋର ଧରିଛି। 

   Related Posts