ପୁଲୱାମା ଆକ୍ରମଣରେ ଦୁଇ ଓଡିଆ ସହିଦ ଯବାନଙ୍କୁ ଝୁରୁଛି ଜନ୍ମମାଟି

Published By : Prameya-News7 Bureau | February 14, 2020 IST

ଜଗତସିଂହପୁର।ନିଆଳି ୧୪।୨: ପୁଲୱାମା ଆକ୍ରମଣକୁ ପୁରିଲା ବର୍ଷେ । ବର୍ଷକ ତଳେ ଆଜିର ଦିନରେ ଜାମ୍ମୁକାଶ୍ମୀରର ପୁଲୱାମାରେ ସିଆରପିଏଫ ଗାଡିକୁ ବିସ୍ଫୋରଣରେ ଉଡାଇ ଦେଇଥିଲେ ଆତଙ୍କବାଦୀ । ଯେଉଁଥିରେ ସହିଦ ହୋଇଥିଲେ ସହିଦ ହୋଇଥିଲେ ୪୦ ଜଣ ଯବାନ । ସେମାନଙ୍କ ମଧ୍ୟରେ ଥିଲେ ଜଗତସିଂହପୁର ଜିଲ୍ଲା ପାରିଶିଖର ଗାଁର ସହିଦ ପ୍ରସନ୍ନ ସାହୁ ଓ ନିଆଳିର ମନୋଜ ବେହେରା । ଆଜି ପୁଲୱାମା ଆକ୍ରମଣର ବର୍ଷକ ପରେ ସେହି ସହିଦମାନଙ୍କୁ ଝୁରୁଛି ଜନ୍ମମାଟି । ସେମାନଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ସ୍ଥାପିତ ହେବା ସହିତ ସେମାନଙ୍କ ପାଇଁ ଗ୍ରାମବାସୀ ଆଜି ଗର୍ବିତ ।

{"id":224217,"sizeSlug":"large"}

ବର୍ଷେ ବିତିଯାଇଛି । ଆଜିର ଦିନରେ ପୁଲୱାମାରେ ହୋଇଥିଲା ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ସହିଦ ହୋଇଥିଲେ ୪୦ ଜଣ ସିଆରପିଏଫ ଯବାନ । ସହିଦଙ୍କ ଭିତରେ ଥିଲେ ଓଡିଶାର ୨ ବୀର ଯବାନ ପ୍ରସନ୍ନ ସାହୁ ଓ ମନୋଜ ବେହେରା । ଆଜି ସହିଦଙ୍କୁ ଝୁରୁଛି ଜନ୍ମମାଟି । ଇଏ ହେଉଛି ବର୍ଷକ ତଳର ଚିତ୍ର ଯେତେବେଳେ ଜଗତସିଂହପୁରର ପାରିଶିଖର ଗାଁରେ ପଡିଥିଲା କାନ୍ଦ ବୋବାଳି । ସହିଦ ହୋଇଥିଲେ ଗାଁର ବୀରପୁତ୍ର ପ୍ରସନ୍ନ ସାହୁ । ପୁଲୱାମାରେ ସହିଦ ଯବାନଙ୍କ ମଧ୍ୟରେ ଥିଲେ ପ୍ରସନ୍ନ ସାହୁ । ସେତେବେଳେ ଶୋକରେ ବୁଡି ରହିଥିବା ପାରିଶିଖର ଗାଁ ଲୋକେ ଏବେ ଗର୍ବିତ । ଗାଁରେ ଆଜି ପ୍ରତିଷ୍ଠା ହୋଇଛି ସହିଦ ପ୍ରସନ୍ନ ସାହୁଙ୍କ ପ୍ରତିମୂର୍ତ୍ତି । ବାପାଙ୍କୁ ଏବେ ଝୁରୁଥିଲେ ମଧ୍ୟ ଦୁଇ ପୁଅ ଝିଅ ଏବେ ଗର୍ବିତ । ପତ୍ନୀ ମିନାରାଣୀ ଏବେ ମଧ୍ୟ ସ୍ବାମୀଙ୍କୁ ଝୁରି ହେଉଛନ୍ତି । ସହିଦ ପ୍ରସନ୍ନଙ୍କ ସ୍ମୃତିରେ ନାମ ସଂକିର୍ତ୍ତନ ସହିତ ରକ୍ତଦାନ ଶିବିର ଆୟୋଜନ କରାଯାଇଛି ।

{"id":224218,"sizeSlug":"large"}

ସେହିଭଳି ଆଉ ଜଣେ ସହିଦ ହେଉଛନ୍ତି ନିଆଳି ରତନପୁର ଗାଁର ମନୋଜ ବେହେରା । ପୁଲୱାମା ଆକ୍ରମଣ ପରେ ଏ ଥିଲା ତାଙ୍କ ଗାଁର ଚିତ୍ର । ଆଉ ଆଜି ବର୍ଷକ ପରେ ଗ୍ରାମବାସୀ ଏହି ବୀରପୁତ୍ରଙ୍କୁ ସମ୍ମାନ ଜଣାଇ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଯାଉଛନ୍ତି । ସହିଦ ମନୋଜଙ୍କ ଶ୍ରାଦ୍ଧ ପାଳନ ପାଇଁ ଗ୍ରାମବାସୀ ବେଶ୍ ଆୟୋଜନ କରିଛନ୍ତି । ପ୍ରତିମୂର୍ତ୍ତି ସ୍ଥାପନ ସହିତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସହିଦ ମନୋଜ ବେହେରାଙ୍କୁ ଏବେବି ଝୁରି ହେଉଛନ୍ତି ତାଙ୍କ ପରିବାର ଏବଂ ଗାଁ ଲୋକେ ।

{"id":224219,"sizeSlug":"large"}

ପୁଲୱାମା ଆକ୍ରମଣ ପରେ ଏହାକୁ ନେଇ ଅନେକ ଘଟଣାକ୍ରମ ଯାଇଛି । ହେଲେ ଏବେବି ବୀର ସହିଦମାନଙ୍କ ସ୍ମୃତି ସେମାନଙ୍କର ଜନ୍ମମାଟିରେ ପୁରା ତାଜା ରହିଛି । ଯେଉଁମାନଙ୍କୁ ଆଜି ପ୍ରଣାମ ଜଣାଉଛି ସାରା ଦେଶ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.