ଦକ୍ଷିଣ ଆଫ୍ରିକାରେ ଫସି ରହିଛନ୍ତି ୨ ଓଡିଆ ଶ୍ରମିକ

Published By : Prameya-News7 Bureau | August 23, 2019 IST

ବ୍ରହ୍ମପୁର ୨୩|୮: ଦକ୍ଷିଣ ଆଫ୍ରିକାରେ ଫସି ରହିଛନ୍ତି ୨ ଓଡିଆ ଶ୍ରମିକ । କମ୍ପାନୀ କର୍ତ୍ତୃପକ୍ଷ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଫସି ରହିଥିବା ୨ ଦାଦନ ହେଲେ ଖଲ୍ଲିକୋଟ ଅଞ୍ଚଳର ଶିବରାମ ସାହୁ ଓ ଅନ୍ୟ ଜଣେ ତାଙ୍କ ସାଙ୍ଗ ।

ସେଠାରୁ ଉଦ୍ଧାର କରିବା ପାଇଁ ଭିଡିଓ ମାଧ୍ୟମରେ ପ୍ରଶାସନକୁ ନିବେଦନ କରିଛନ୍ତି । ଶିବରାମ ଓ ତାଙ୍କ ସାଙ୍ଗ କିଛି ମାସ ତଳେ ଦକ୍ଷିଣ ଆଫ୍ରିକାକୁ କାମ କରିବାକୁ ଯାଇଥିଲେ । ସେଠାରେ କମ୍ପାନୀ ସେମାନଙ୍କୁ କୌଣସି ବେତନ ଦେଉନଥିବା ବେଳେ ନିର୍ଯାତନା ମିଳୁନଥିବା ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.