ପୁଣି ଦାଦନ ଦୁଃଖ : ଭିଡିଓ କରି ଉଦ୍ଧାର ପାଇଁ ନିବେଦନ କଲେ ଦକ୍ଷିଣ ଆଫ୍ରିକାରେ ଫସିଥିବା ଓଡିଆ ଶ୍ରମିକ

Published By : Prameya-News7 Bureau | September 01, 2019 IST

ବ୍ରହ୍ମପୁର ୧।୯: ଗଞ୍ଜାମ ଜିଲ୍ଲାର ପିଛା ଛାଡୁନି ଦାଦନ ଦୁଃଖ। ପେଟ ପାଟଣା ପାଇଁ ଭିଟାମାଟି ଛାଡ଼ି ଯାଉଛନ୍ତି ଗଞ୍ଜାମ ଶ୍ରମିକ। କେତେବେଳେ ବିଦେଶରୁ ଶବ ଫେରୁଛି ତ କେତେବେଳେ ମାଲିକ ଶ୍ରମିକଙ୍କୁ ବନ୍ଧା ରଖି ଦେଉଛି ଅକଥନୀୟ ନିର୍ଯାତନା। ଏବେ ପୁଣି ସେମିତି ଏକ ଚିତ୍ର ଆସିଛି । ଦକ୍ଷିଣ ଆଫ୍ରିକାରେ ଫସିଥିବା ଦୁଇ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ଆଗରେ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ ।

{"id":151798}

ଦାଦନ ଦୁଃଖ... ଦୁବାଇରୁ ୧୮ ଦାଦନ ଶ୍ରମିକ ଉଦ୍ଧାର ହେବା ଘଟଣା ମନରୁ ନଲିଭୁଣୁ ପୁଣି ସେହି ଗଞ୍ଜାମ ଜିଲ୍ଲାରୁ ଆସିଛି ସମାନ ଚିତ୍ର । ସେତେବେଳେ ଦୁବାଇରେ ଫସିଥିଲେ ଖଲ୍ଲିକୋଟ ଅଞ୍ଚଳ ୧୮ ଜଣ ଶ୍ରମିକ । ଆଉ ଏବେ ଦକ୍ଷିଣ ଆଫ୍ରିକାରେ ଫସିଛନ୍ତି ସେହି ଖଲ୍ଲିକୋଟର ଜଣେ ଓ କବିସୂର୍ଯ୍ୟନଗର ଅଞ୍ଚଳର ଜଣେ ଶ୍ରମିକ । ପରିବାର ପୋଷିବାକୁ ଯାଇ ଦରିଆପାରି ଅଞ୍ଚଳରେ ବନ୍ଧା ପଡ଼ିଛନ୍ତି ଦୁଇ ଶ୍ରମିକ । କମ୍ପାନୀ କର୍ତ୍ତୃପକ୍ଷଙ୍କ ନିର୍ଯାତନା ଅସହ୍ୟ ହେବାରୁ ଭିଡିଓ ଜାରି କରି ଉଦ୍ଧାର କରିବାକୁ ନେହୁରା ହୋଇଛନ୍ତି ଉଭୟ । ଦୁଇ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନକୁ ମଧ୍ୟ ଅନୁରୋଧ କରିଛନ୍ତି ସ୍ଥାନୀୟ ସରପଞ୍ଚ।

{"id":151799}

ପ୍ରତିବର୍ଷ ଗଞ୍ଜାମ ଜିଲ୍ଲାରେ ଘଟୁଛି ଏମିତି ଘଟଣା ।ଗତ ଦୁଇ ବର୍ଷ ମଧ୍ୟରେ ୩୮ ଶ୍ରମିକଙ୍କୁ ଫେରାଇ ଆଣିବାରେ ସଫଳ ହୋଇଛି ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗ । ସେହିପରି ବିଦେଶରୁ ୬ ଜଣ ଦାଦନ ଶ୍ରମିକଙ୍କ ମୃତଦେହ ମଧ୍ୟ ଅଣାଯାଇଛି ।ମୃତକଙ୍କ ପରିବାରକୁ ମଧ୍ୟ ପ୍ରଶାସନ ସହାୟତା ଦେଇଛି ।ଶ୍ରମିକଙ୍କ ସୁରକ୍ଷା ଓ ସ୍ବାର୍ଥକୁ ଦୃଷ୍ଟିରେ ରଖି ଶ୍ରମିକ ପଞ୍ଜିକରଣ ନିୟମ କଡ଼ାକଡ଼ି କରିବା ସହ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ତେବେ ବେକାରି ତଥା ସଚେତନତା ଅଭାବରୁ ଦଲାଲ ସହାୟତାରେ ଏକାଧିକ ଶ୍ରମିକ ବିଦେଶ ଯାଉଛନ୍ତି ।ଯେଉଁମାନେ କି ପରବର୍ତ୍ତି ସମୟରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ତାଡ଼ନାର ଶିକାର ହେଉଛନ୍ତି।

{"id":151800}

ଅସମୟରେ ଦାଦନ ଶ୍ରମିକଙ୍କୁ ପ୍ରଶାସନ ସହାୟତା ଦେବା ସ୍ବାଗତ ଯୋଗ୍ୟ । କିନ୍ତୁ ସଚେତନତା କିମ୍ବା ବେକାରି ଶ୍ରମିକଙ୍କୁ ଜିଲ୍ଲାରେ ନିଯୁକ୍ତି ମିଳିପାରିଲେ ନିର୍ଯାତନାରୁ ରକ୍ଷା ପାଇ ପାରନ୍ତେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.