ତାମିଲନାଡୁରେ ୨ ଓଡିଆ ଶ୍ରମିକ ଗୋଷ୍ଠୀ ହାତାହାତି, ମ୍ୟାନେଜରଙ୍କ ଉପରେ କଲେ ଅଣ୍ଡାମାଡ

Published By : Prameya-News7 Bureau | May 08, 2020 IST

ଚେନ୍ନାଇ, ୦୮|୦୫:  ସାରା ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ଜାରି ରହିଛି । ତେବେ ଲକଡାଉନ୍ ପାଇଁ ଅନ୍ୟ ରାଜ୍ୟରେ ଶତାଧିକ ଶ୍ରମିକ ଅଟକି ରହିଛନ୍ତି । ତେବେ ତାମିଲନାଡୁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏଠାରେ ପ୍ରବାସୀ ଓଡିଆ ଶ୍ରମିକଙ୍କ ଦୁଇଟି ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି ।

ସୂଚନାନୁସାରେ, ତାମିଲନାଡୁ ଉଥୁକୁଲିରେ ଥିବା ଅକିଲ୍ ପୋଷାକ ରପ୍ତାନୀ କମ୍ପାନୀରେ ଏପରି ଘଟଣା ଘଟିଛି । ଏହି କମ୍ପାନୀରେ ପ୍ରାୟ ୭୦୦ଜଣ କାମ କରନ୍ତି । ସେମାନଙ୍କ ମଧ୍ୟରୁ ୪୧୭ଜମ ହେଉଛନ୍ତି । ଏଠାରେ କାମ କରୁଥିବା ୨ଟି ପ୍ରବାସୀ ଓ଼ଡିଆ ଗୋଷ୍ଠୀ ମୁହାମୁହିଁ ହୋଇଛନ୍ତି । ପ୍ରଥମେ ଗୀତାନାମକ ଜଣେ ମହିଳାଙ୍କ ନେତୃତ୍ୱରେ ୯୯ ଶ୍ରମିକ ଓ ପ୍ରତିମା ନାୟାରଙ୍କ ନେତୃତ୍ୱରେ ୩୧୬ଜଣଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା । ପ୍ରତିମାଙ୍କ ଗୋଷ୍ଠୀ ଉପଯୁକ୍ତ ଖାଦ୍ୟ, ଔଷଧ ମିଳୁନଥିବା ଅଭିଯୋଗ କରିଥିଲା । ଏନେଇ ସେମାନେ ମ୍ୟାନେଜରଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ଗୀତାଙ୍କ ଗୋଷ୍ଠୀ ମ୍ୟାନେଜରଙ୍କ ସପକ୍ଷରେ ବାହାରିଥିଲେ । ଫଳରେ ଉଭୟ ପକ୍ଷ ମଡପିଟ୍ କରିଥିଲେ । ଏପରିକି ଏଚଆର୍ ମ୍ୟାନେଜରଙ୍କୁ ମଧ୍ୟ ଅଣ୍ଡାମାଡ ହୋଇଥିବା ଅଭିଯୋଗ ହୋଇଛି ।

ଖବର ପାଇ ଡିଏସପିଙ୍କ ନେତୃତ୍ୱରେ ପୋଲିସ ପହଁଚି ପରିସ୍ଥିତି ଶାନ୍ତ କରିବା ସହ ଉଭୟଙ୍କୁ ବୁଝାସୁଝା କରିଥିଲା । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.