ନେପାଳରେ ପର୍ଯ୍ୟଟକ ବସ୍ ଦୁର୍ଘଟଣାଗ୍ରସ୍ତ, ଦୁଇ ଓଡିଆ ମୃତ

Published By : Prameya-News7 Bureau | June 11, 2019 IST

ଡେଲାଙ୍ଗ ୧୧|୬: ଡେଲାଙ୍ଗ ଥାନା ଅନ୍ତର୍ଗତ ଯମୁନା ଗ୍ରାମର ବିଜୟ ବିଶ୍ଵାଳଙ୍କ ନେତୃତ୍ଵରେ ଡେଲାଙ୍ଗ, ଯମୁନା, ମଳିପଡ଼ା, ଭୁବନେଶ୍ବର ଆଦି ବିଭିନ୍ନ ଅଞ୍ଚଳରୁ ପାଖା ପାଖି ୬୦ ଲୋକ ଗତ ୬ ତାରିଖ ଦିନ ବୁଲିବା ପାଇଁ ନେପାଳ ଓ କାଠମାଣ୍ଡୁ ବୁଲିବାକୁ ଯାଇଥିଲା। ସେଠାରୁ ବସ୍ ଯୋଗେ ଫେରିବା ବେଳକୁ ଜଣେ ମହିଳାଙ୍କୁ ଲାଟିନ୍ ଲାଗିଥିଲା ସେ ବସରୁ ଓହ୍ଲାଇ ଯାଇଥିଲେ। ବସରେ ଥିବା ଯାତ୍ରୀମାନେ ବାହାରେ ବୁଲୁ ଥିଲେ। ଏହି ସମୟରେ ଉକ୍ତ ବସକୁ ପଛ ପଟୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଏଥିରେ ଡେଲାଙ୍ଗ ଥାନା ଅନ୍ତର୍ଗତ ଯମୁନା ଗ୍ରାମର ବିଜୟ ଜେନା, ଖୋର୍ଦ୍ଧା ଥାନା ଅନ୍ତର୍ଗତ ଚରଣ ବିଶ୍ଵାଳ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.