ଚୀନ ବିବାଦ ମଧ୍ୟରେ ଲଦାଖରେ ଦୁଇଟି ନୂଆ ରାସ୍ତା ନିର୍ମାଣକୁ ମିଳିଲା ସରକାରଙ୍କ ମଞ୍ଜୁରି

Published By : Prameya-News7 Bureau | September 16, 2020 IST

ନୂଆଦିଲ୍ଲୀ ୧୬/୦୯: କେନ୍ଦ୍ର ସରକାର ଚୀନ ସୀମାକୁ ଲାଗିଥିବା ଇଲକାରେ ଭିତ୍ତିଭୂମି ବିକଶିତ କରିବା ଲକ୍ଷ୍ୟରେ ପୂର୍ବ ଲଦାଖରେ ଦୌଲତ ବେଗ ଓଲଡି (ଡିବିଓ) ସେକ୍ଟରରେ ଦୁଇଟି ନୂଆ ରାସ୍ତା ନିର୍ମାଣକୁ ମଞ୍ଜୁରି ଦେଇଛନ୍ତି। ଉଦ୍ଦେଶ୍ୟ ସେନାଙ୍କ ମୁଭମେଣ୍ଟକୁ ସହଜ କରିବା। ଏ ଦୁଇଟି ରାସ୍ତା ଭାରତ-ଚୀନ ସୀମାରେ ୭୩ଟି ପୂର୍ବ ନିୟୋଜିତ ରାସ୍ତାର ଅଂଶ। ରାସ୍ତାର ପୂର୍ବରୁ ପୂର୍ବ-ଲଦାଖରେ ଚୀନ ସହିତ ଡେଭଲପମେଣ୍ଟ ପ୍ରୋଜେକ୍ଟ ଯୋଗୁ ବିବାଦ ସ୍ଥିତି ରହିଥିବା ବେଳେ ଏ ଦୁଇଟି ରସ୍ତାକୁ ଏମିତି ସ୍ଥିତିରେ ମଞ୍ଜୁରି ମିଳିଛି ।

କେନ୍ଦ୍ର ସରକାର ଭାରତ-ଚୀନ ସୀମାରେ ଏହି ନୂତନ ରାସ୍ତାରେ ମୋଟରଓ୍ବେ ନେଟଓ୍ବର୍କ ବିକଶିତ କରିବା ଉପରେ ବିଚାର ବିମର୍ଶ କରୁଛନ୍ତି। ଏଥିରୁ ଗୋଟିଏ ରାସ୍ତା ହିମାଚଳ ପ୍ରଦେଶରୁ ପୁହକୁ ଲଦାଖର ଚୁମାର ସହ ଯୋଡିବ। ଏହା ବାଦ ଆଉ ଏକ ରାସ୍ତା ଉତ୍ତରାଖଣ୍ଡର ହର୍ଷିଲରୁ ହିମାଚଳର କରଚମ ପର୍ଯ୍ୟନ୍ତ ରହିବ। ବର୍ଡର ରୋଡ୍ ଅର୍ଗାନାଇଜେସନ୍ (ବିଆରଓ) ତରଫରୁ ରାସ୍ତା ନିର୍ମାଣ କାର୍ଯ୍ୟ ଦ୍ରୁତ ଭାବେ କରାଯିବ।

ତେବେ ବିଆରଓ ପାଖରେ ୭୩ଟି ନୂଆ ରାସ୍ତା ନିର୍ମାଣର ଦାୟିତ୍ବ ରହିଛି। ଅବଶ୍ୟ ଏହି ଦୁଇ ନୂଆ ରାସ୍ତା ୭୩ଟି ରାସ୍ତା ପ୍ରୋଜେକ୍ଟର  ଅଂଶବିଶେଷ। ନୂଆ ରାସ୍ତା ୧୫୦ କିମି ଲମ୍ବ ହେବ ଓ ଏହାର ନିର୍ମାଣ କାର୍ଯ୍ୟ ଖୁବ୍ ଜଟିଳ ହେବ। ଯେଉଁ ସ୍ଥାନରେ ଏହି ରାସ୍ତା କାମ ହେଉଛି ସେଠାକାର ଭୌଗୋଳିକ ସ୍ଥିତି ଖୁବ୍ ମୁସ୍କିଲ୍। ଗୋଟିଏ ରାସ୍ତା ନିର୍ମାଣରେ ୨,୫୦୦ କୋଟିରୁ ତିନି କୋଟି ଟଙ୍କା ଖର୍ଚ ହେବ। ଉଲ୍ଲେଖନୀୟ ଯେ ଭାରତ-ଚୀନ ବିବାଦକୁ ଚାରିମାସ ହୋଇଗଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.