ଶପଥ ନେଲେ ଓଡିଶା ହାଇକୋର୍ଟର ୨ ନୂଆ ବିଚାରପତି, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି

Published By : Prameya-News7 Bureau | October 08, 2021 IST

କଟକ ୮।୧୦: ଶପଥ ନେଲେ ଓଡିଶା ହାଇକୋର୍ଟର ଦୁଇ ନୂଆ ବିଚାରପତି । ଜଷ୍ଟିସ୍ ଯଶୱନ୍ତ ସିଂ ଓ ଜଷ୍ଟିସ୍ ଅରିନ୍ଦମ୍ ସିହ୍ନା ନେଲେ ଶପଥ । ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଡକ୍ଟର ଏସ. ମୁରଲୀଧର । ହାଇକୋର୍ଟ ନୂଆ କନଫ‌ରେନ୍ସ ହଲ୍‌ ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦୁଇ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି ।

{"id":524052,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ, ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶୋୱନ୍ତ ସିଂହ ଓ କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନାଙ୍କ ଓଡ଼ିଶା ହାଇକୋର୍ଟକୁ ଏବଂ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଂଜୟ କୁମାର ମିଶ୍ରଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

{"id":524053,"sizeSlug":"full","linkDestination":"none"}

ଓଡ଼ିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୨୭ ହୋଇଥିବା ବେଳେ ବଦଳି ହୋଇ ଆସିଥିବା ଦୁଇ ବିଚାରପତିଙ୍କ ଶପଥ ଗ୍ରହଣ ପରେ ଏହି ସଂଖ୍ୟା ୧୪ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.