ଆଇପିଏଲ୍ ପାଇବ ୨ଟି ନୂଆ ଟିମ୍‌, ଆଜି ଦୁବାଇରେ ହେବ ଘୋଷଣା

Published By : Prameya-News7 Bureau | October 25, 2021 IST

କଟକ ୨୫।୧୦: ଆଗାମୀ ଆଇପିଏଲରେ ୨ଟି ନୂଆ ଟିମ୍ ଚୟନ ପ୍ରସଙ୍ଗ । ନୂଆ ଟିମରେ କଟକ ସାମିଲ ହେଵ କି ନାହିଁ ଆଜି ସ୍ପଷ୍ଟ ହେବ । କଟକ ସହ ଲକ୍ଷ୍ନୌ, ଅହମ୍ମଦାଵାଦ୍ ନୂଆ ଟିମ୍ ରେସରେ ଅଛନ୍ତି । ଇନ୍ଦୋର, ଧର୍ମଶାଳା, ଗୌହାଟୀ ମଧ୍ୟ ନୂଆ ଟିମ୍ ରେସରେ ଅଛନ୍ତି । କିଏ ହେବ ବିଜେତା । ଆଜି ସ୍ପଷ୍ଟ ହେବ ଚିତ୍ର ।

ଆଜି ଦୁଵାଇରେ ଖୋଲାଯିବ ଵିଡ୍ ପେପର । ବିସିସିଆଇ ପ୍ରତି ଫ୍ରାଞ୍ଚାଇଜ୍‌ର ବେସ୍‌ ପ୍ରାଇସ୍‌ (ମୂଲ୍ୟ ଦର) ୨୦୦୦ କୋଟି ରଖିଛି । ମୋଟ୍ ୨୨ଟି କମ୍ପାନୀ ନୂଆ ଟିମ୍ କିଣିଵା ପାଇଁ ଵିଡିଙ୍ଗ କରିଛନ୍ତି । ପ୍ରମୁଖ ଵିଡର୍ ମଧ୍ୟରେ ଅଛନ୍ତି ମାଞ୍ଚେଷ୍ଟର ୟୁନାଇଟେଡ କ୍ଲଵ ମାଲିକ । ଜିନ୍ଦଲ ଷ୍ଟିଲ ,  ଟରେଣ୍ଟ ଫାର୍ମା ଓ ହିନ୍ଦୁସ୍ତାନ ଟାଇମସ୍ ଗ୍ରୁପ୍ ମଧ୍ୟ ଵିଡିଙ୍ଗରେ ସାମିଲ ହୋଇଛନ୍ତି । ମୋଟ ୬ଟି ସହର ମଧ୍ୟରୁ ଦୁଇଟି ସହରକୁ ନେଇ ହେବ ନୂଆ ଫ୍ରାଞ୍ଚାଇଜ୍ । ଆଗାମୀ ସିଜିନରେ ଏହି ୨ଟି ନୂଆ ଟିମ୍‌କୁ ସାମିଲ କରାଯିବାର ସୂଚନା ମିଳିଛି । ବିସିସିଆଇ ୨ଟି ନୂଆ ଦଳ ନିଲାମରୁ ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ଠାରୁ ୭ରୁ ୧୦କୋଟି ଟଙ୍କା ପାଇବା ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.