ସମ୍ ହସ୍ପିଟାଲ୍ ପକ୍ଷରୁ ଢେଙ୍କାନାଳରେ ସ୍ଥାପନ ହେବ ୨ଟି ନୂଆ କୋଭିଡ୍ ହସ୍ପିଟାଲ୍, ଭିତ୍ତିଭୂମି ଯାଞ୍ଚ କଲେ ସ୍ବତନ୍ତ୍ର ଟିମ୍

Published By : Prameya-News7 Bureau | May 24, 2021 IST

ଢେଙ୍କାନାଳ ୨୪।୫: ଢେଙ୍କାନାଳରେ ସମ୍ ହସ୍ପିଟାଲ ପକ୍ଷରୁ ସ୍ଥାପନ ହେବ ୨ଟି କୋଭିଡ୍ ହସ୍ପିଟାଲ୍ । ଢେଙ୍କାନାଳ ଜିଲ୍ଲା ସଦର ମହକୁମା ଓ କାମାକ୍ଷାନଗରରେ ଦୁଇଟି ନୂଆ କୋଭିଡ୍ ହସ୍ପିଟାଲ କରିବେ ସମ୍ କର୍ତ୍ତୃପକ୍ଷ । ଏ ନେଇ ଭୁବନେଶ୍ବର ସମ୍ ହସ୍ପିଟାଲର ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଢେଙ୍କାନାଳ ଗସ୍ତରେ ଆସି ଭିତ୍ତିଭୂମି ସମ୍ପର୍କରେ ଯାଞ୍ଚ କରିଛନ୍ତି ।

{"id":456621,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ସଦର ମହକୁମା ଓ କାମାକ୍ଷାନଗରରେ ସମ୍ ହସ୍ପିଟାଲ ପକ୍ଷରୁ ସ୍ଥାପନ ହେବ ୨ଟି ନୂଆ କୋଭିଡ୍ ହସ୍ପିଟାଲ । ଏଥିପାଇଁ ଭୁବନେଶ୍ବର ସମ୍ ହସ୍ପିଟାଲର ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଢେଙ୍କାନାଳ ଗସ୍ତରେ ଆସି ସଦର ଅଞ୍ଚଳ ଓ  କାମାକ୍ଷାନଗରରେ ଭିତ୍ତିଭୂମି ସମ୍ପର୍କରେ ଯାଞ୍ଚ କରିଛନ୍ତି । କାମାକ୍ଷାନଗରର ସାରଙ୍ଗଧର ଷ୍ଟାଡିୟମଠାରେ ଏହି ନୂଆ କୋଭିଡ୍ ହସ୍ପିଟାଲ ସ୍ଥାପନ ହେବ । ଏଥିପାଇଁ ଆନୁସଙ୍ଗୀକ ଭିତ୍ତିଭୂମିର ତଦାରଖ କରିଛନ୍ତି ସ୍ବତନ୍ତ୍ର ଡାକ୍ତରୀ ଟିମ୍ । ଢେଙ୍କାନାଳ ଜିଲ୍ଲା ସଦର ମହକୁମାଠାରେ ଓ କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମଠାରେ ସମ୍ ହସ୍ପିଟାଲ ତରଫରୁ ICU ବେଡ଼ ବ୍ୟବସ୍ଥା କରାଯିବା । ଏ ନେଇ ମଧ୍ୟ ଏକ ପ୍ରତିନିଧି ଦଳ ତଦାରଖ କରିଛନ୍ତି ।

{"id":456622,"sizeSlug":"large","linkDestination":"none"}

କାମାକ୍ଷାନଗର ଉପଜିଲ୍ଲାପାଳ ଏହି ଡାକ୍ତରୀ ଟିମ୍‌ଙ୍କୁ ସ୍ଥିର ହୋଇଥିବା ସ୍ଥାନ ବୁଲାଇ ଦେଖାଇଥିଲେ । ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ସୁଜାତାରାଣୀ ମିଶ୍ର, ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ, କାମାକ୍ଷାନଗର ଉପଖଣ୍ଡ ଚିକିତ୍ସା ଅଧିକାରୀ, ଏନଏସି ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏ ନେଇ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ସଭାଗୃହରେ ଏକ ଆଲୋଚନା ମଧ୍ୟ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.