Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

କ୍ୟାପିଟାଲ ହସ୍ପିଟାଲରୁ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୭କୁ ବୃଦ୍ଧି

4/08/2020 at 8:14 AM

ଭୁବନେଶ୍ୱର ୦୪।୦୮: ଦିନକୁ ଦିନ ଓଡିଶାରେ କାୟା ମେଲାଇଚାଲିଛି କରୋନା । ଧୀରେ ଧୀରେ ଏହା ଅତ୍ୟଧିକ ମାରାତ୍ମକ ହେବାରେ ଲାଗିଛି । ଖାସ୍‌ କରି ରାଜଧାନୀର ବିଭିନ୍ନ ହସ୍ପିଟାଲରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାଫଳରେ କି ପ୍ରତିଦିନ କୌଣସି ନା କୌଣସି ମେଡିକାଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହିପରି ଭାବରେ ରାଜଧାନୀର କ୍ୟାପିଟାଲରୁ ହସ୍ପିଟାଲରୁ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲରୁ ଆଉ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କ୍ୟାପିଟାଲ ହସ୍ପିଟାଲର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରୁ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ପୁଣି ଜଣେ ପ୍ରସୂତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଗତକିଛି ଦିନ କ୍ୟାପିଟାଲ ହସ୍ପିଟାଲରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସବୁଠୁ ବେଶି ପଜିଟିଭ୍‌ ଆସିଛି ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରୁ । ସେହିପରି ଆଉ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ସର୍ଜରୀ ବିଭାଗ ଓପିଡିରୁ । ମୋଟ ପଜିଟିଭ୍‌ ସଂଖ୍ୟା ହସ୍ପିଟାଲରେ ୬୭କୁ ବୃଦ୍ଧି ପାଇଛି । ଏ ପଟେ ଆଉ ଜଣେ ଆଜି ପ୍ଲାଜମା ଦାନ କରିଛନ୍ତି । ହସ୍ପିଟାଲରେ ଏବେ ୬ ୟୁନିଟ୍‌ ପ୍ଲାଜମା ଗଚ୍ଛିତ ରହିଛି । ଏହାକୁ ଗୁରୁତର କୋଭିଡ ରୋଗୀଙ୍କୁ ଦିଆଯିବ ।

ସୂଚନାଯୋଗ୍ୟ ଯେ, ଗତକାଲି ଭୁବନେଶ୍ୱରରୁ ଆଉ ୮୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜଧାନୀରେ ମୋଟ୍ ୩୦୬୮ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୭୯୮ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୧୮ଜଣ ପ୍ରାଣ ହରାଇଥିବା ବେଳେ ୧୨୫୦ଟି ସକ୍ରିୟ କେସ୍ ରହିଛି ।

   Related Posts