ରାଜ୍ୟରେ ପୁଣି ୨କରୋନା ଆକ୍ରାନ୍ତ ଚିହ୍ନଟ, ୧୪୫ ଛୁଇଁଲା ମୋଟ ସଂକ୍ରମିତଙ୍କ ସଂଖ୍ୟା

Published By : Prameya-News7 Bureau | May 01, 2020 IST

ଭୁବନେଶ୍ୱର ୦୧।୦୫: ରାଜ୍ୟରେ ଆଜି ପୁଣି ଆଉ ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଥିବା ସଂକ୍ରମିତ ସଂଖ୍ୟା ୧୪୩ରୁ ୧୪୫ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ୱେବସାଇଟ୍‌ ମାଧ୍ୟମରୁ ଜଣାପଡିଛି । ତେବେ ମଧ୍ୟାହ୍ନରେ ଚିହ୍ନଟ ହୋଇଥିବା ସଂକ୍ରମିତ ବଲାଙ୍ଗୀର ଜିଲ୍ଲାର ବୋଲି ସୂଚନା ରହିଛି ।

wp:core-embed/twitter {"url":"https://twitter.com/IPR_Odisha/status/1256116945872510977","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1256116945872510977
/wp:core-embed/twitter

ରାଜ୍ୟରେ ଆଜି ସକାଳ ସମୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସକାଳ ସମୟରେ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡିଥିଲା । ତେବେ ଆଜି ମଧ୍ୟାହ୍ନରେ ଚିହ୍ନଟ ହୋଇଥିବା ୨ଜଣ କରୋନା ଆକ୍ରାନ୍ତ ବଲାଙ୍ଗୀର ଜିଲ୍ଲା ଲେଖାରିଆ ଗାଁର । ଏବଂ ସେମାନେ କିଛି ଦିନ ତଳେ ତାମିଲନାଡୁ ଫେରିଥିଲେ । ଉଭୟ ସଂକ୍ରମିତ ପୁରୁଷ । ସେମାନଙ୍କ ବୟସ ଯଥାକ୍ରମେ ୨୨ବର୍ଷ ଓ ୧୮ବର୍ଷ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ପ୍ରଦାନ କରିଛନ୍ତି । ଉଭୟଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୪୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦୫ଟି ଆକ୍ଟିଭ କେସ୍‌ ରହିଛି । କରୋନା ଭାଇରସରୁ ୪୧ଜଣ ସୁସ୍ଥ ହୋଇସାରିଛନ୍ତି । ସେହିପରି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କେବଳ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.