ଢେଙ୍କାନାଳରୁ ଆଜି ୨ କରୋନା ପଜିଟିଭ୍ ଚିହ୍ନଟ, ଜିଲ୍ଲାରେ ୫୧ ଛୁଇଁଲା ମୋଟ ସଂକ୍ରମିତଙ୍କ ସଂଖ୍ୟା

Published By : Prameya-News7 Bureau | June 14, 2020 IST

ଢେଙ୍କାନାଳ ୧୪।୦୬: ରାଜ୍ୟରେ ଆଜି ୧୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୦୯ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଢେଙ୍କାନାଳ ସହରରେ ପୁଣି ଦୁଇ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୫୧ରେ ପହଞ୍ଚିଛି। ସହରର କାରିଗର ସାହି ଅଂଚଳର ୬୦ବର୍ଷର ବୃଦ୍ଧା ଓ ତାଙ୍କ ୪୦ବର୍ଷର ପୁଅ ପଜିଟିଭ ସୂଚନା।

ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶ ମଥୁରାରୁ ଗତ ୬ତାରିଖରେ ଫେରି ହୋମ କ୍ଵରେଣ୍ଟଇନ ଥିଲେ। ଗତକାଲି ଆସିଥିବା ସ୍ୱାବ ରିପୋର୍ଟରୁ ସେ ପଜିଟିଭ ଥିବା ଜଣାପଡିଛି  । ଉଭୟ ମା ଓ ପୁଅଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ପଠାଯାଇଛି। ପରେ ପୌରସଂସ୍ଥା ପକ୍ଷରୁ କାରିଗର ସାହିର  ଅଭିନନ୍ଦନ ଗାର୍ଡେନ ଅଞ୍ଚଳକୁ ବିଶୁଦ୍ଧିକରଣ କରାଯାଉଛି ।  ଆଜି ସୁଦ୍ଧା ଢେ଼ଙ୍କାନାଳ ଜିଲାରେ ୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୮ ଜଣ ତାଳଚେର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.