Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାସ୍ତାକଡରୁ ଉଦ୍ଧାର ହୋଇଥିବା ଦୁଇ ନବଜାତ ଶିଶୁ କନ୍ୟା ଗାଏବ, ପୋଲିସର ତନାଘନା

10/04/2019 at 3:14 PM

ସୋର ୧୦|୪ : ରାସ୍ତା କଡରୁ ଉଦ୍ଧାର ହୋଇଥିବା ଦୁଇ ନବଜାତ ଶିଶୁ କନ୍ୟା ଗାଏବ ହୋଇଯାଇଛନ୍ତି । ଶିଶୁ ଦ୍ବୟଙ୍କୁ ଉଦ୍ଧାର କରିଥିବା ଉଦ୍ଧାର କରିଥିବା ଉଦ୍ଧବ ନାୟକଙ୍କର ମଧ୍ୟ ପତ୍ତା ମିଳୁନାହିଁ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଅନନ୍ତପୁର-ବାସୁଦେବପୁର ରାସ୍ତା କଡରୁ ଦୁଇ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଥିଲା । ଦଇ ନବଜାତ ଶିଶୁ କନ୍ୟାକୁ ଗାଁ ଲୋକେ ଉଦ୍ଧାର କରିଥିଲେ । ଦୁଇ ଜଣଯାକ ଶିଶୁ କାନ୍ଦୁଥିବା ଦେଖି ଗୁଡ ଗାଁର ଉଦ୍ଧବ ନାୟକ ସେମାନଙ୍କୁ ଉଦ୍ଧାର କରିଥିଲେ । ମାତ୍ର ଉଦ୍ଧାର ହେବାର କିଛି ଘଣ୍ଟା ପରେ ଶିଶୁ ଦୁହେଁ ଗାଏବ ହୋଇଯାଇଛନ୍ତି । ସେମାନଙ୍କୁ ଉଦ୍ଧାର କରିଥିବା ଉଦ୍ଧବ ନାୟକଙ୍କର କିଛି ପତ୍ତା ମିଳୁନି । ତେବେ ଶିଶୁ ଦ୍ବୟଙ୍କୁ ଉଦ୍ଧବ କେଉଁଆଡେ ନେଇ ଚାଲିଯାଇଛନ୍ତି କି ଅନ୍ୟ କେହି ନେଇଯାଇଛି ତାହାର କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

   Related Posts