ସଂକ୍ରମଣ ରୋକିବାକୁ ପଦକ୍ଷେପ, ନୂଆପଡା ଓ ଖରିଆର ରୋଡ଼ ଏନ୍ଏସି ୨ଦିନ ପାଇଁ ସଟ୍ଡାଉନ୍
8/08/2020 at 7:45 AM

ନୂଆପଡା ୦୮।୦୮: କରୋନା ସ୍ଥିତି ସଙ୍ଗୀନ ରହିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍ଡାଉନ୍ ଓ ସଟ୍ଡାଉନ୍ ଲାଗୁ କରାଯାଉଛି । ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହି ପ୍ରରିପେକ୍ଷୀରେ ଆଜିଠାରୁ ଦୁଇଦିନ ପର୍ଯ୍ୟନ୍ତ ନୂଆପଡା ଓ ଖରିଆର ରୋଡ଼ ଏନ୍ଏସି କଟକଣା ଲାଗୁ କରାଯାଇଛି ।

କରୋନା ସଂକ୍ରମଣକୁ ରୋକିବା ପାଇଁ ଏହି ଦୁଇଟି ଅଞ୍ଚଳକୁ ସଟ୍ ଡାଉନ ଘୋଷଣା କଲେ ନୂଆପଡା ଜିଲ୍ଲାପାଳ । ସକାଳ ୭ ଟା ରୁ ଦିନ ୧୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସ୍ଥଳେ ରିଲାକ୍ସେସନ କରାଯିବ ବୋଲି ସୂଚନା ଦିଆଯାଇଛି । ତେବେ ଏହି ସମୟରେ ସମସ୍ତ କଟକଣା ମାନି ଚଳିବାକୁ ବାଧ୍ୟ , ଯଦି କେହି ନିୟମ କେହି ନମାନନ୍ତି , ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।