ବୁଲେଟ-ଅଟୋ-ଟାଟା ଏସି ମଧ୍ୟରେ ସିରିଜ୍ ଦୁର୍ଘଟଣା, ୨ ମୃତ
10/01/2021 at 8:18 AM

ଉଦଳା ୧୦।୦୧: ରାଜ୍ୟ ରାଜପଥରେ ସିରିଜ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ନାଉପାଳ ଗାଁର ଚନ୍ଦନ ନାଏକ ଏବଂ ପ୍ରମୋଦ କୁମାର ରଣା ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।

ଖବର ଅନୁଯାୟୀ, ଉଦଳା – ବାରିପଦା ରାଜ୍ୟ ରାଜପଥର ଖୁଣ୍ଟା ଥାନା ଟିଟିଆ ଛକ ନିକଟରେ ଏକ ଅଟୋ ବାରିପଦାରୁ ଉଦଳା ଅଭିମୁଖେ ଆସୁଥିଲା । ଏହି ସମୟରେ ବିପରୀତ ଦିଗକୁ ଯାଉଥିବା ଏକ ବୁଲେଟଟି ଅଟୋକୁ ସାମ୍ନାରୁ ଧକ୍କା ଦେଇଥିଲା । ଏପିରିକି ଅଟୋଟି ପଛରେ ଥିବା ଏକ ଟାଟା ଏସିଇ ଗାଡିକୁ ଧକ୍କା ଦେବା ସହ ବୁଲେଟକୁ ମଧ୍ୟ ଟାଟା ଏସଇକୁ ଧକ୍କା ଦେଇଥିଲା ।

ସିରିଜ୍ ଦୁର୍ଘଟଣା ହେବା ଦ୍ୱାରା ବୁଲେଟ ଆରୋହୀ ବାଇକରୁ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ବାଇକରେ ଥିବା ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତକ ଦୁଇ ଜଣ ହେଲେ ନାଉପାଳ ଗ୍ରାମର ଚନ୍ଦନ ନାଏକ ଏବଂ ପ୍ରମୋଦ କୁମାର ରଣା ବୋଲି ଜଣାପଡିଛି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଁଚିଛି ଏବଂ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।