ଦୁଆରଶୁଣୀ ଘାଟିରେ ଅଟୋକୁ ପିଟିଲା ଟ୍ରକ : ୨ ମୃତ, ୬ରୁ ଅଧିକ ଗୁରୁତର

Published By : Prameya-News7 Bureau | September 16, 2020 IST

ବାରିପଦା ୧୬।୦୯: ବାଙ୍ଗିରିପୋଷୀ ଦୁଆରଶୁଣୀ ଘାଟିରେ ଅଟୋ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣରୁ ଅଧିକ ଲୋକେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ସ୍କୁଲ ଛାତ୍ର ଥିବା ବେଳେ ଆଉ ଜଣେ ଅଭିଭାବକ ରହିଥିବା ଖବର ମିଳିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

{"id":330370,"sizeSlug":"large"}

ଆଜି ସକାଳେ ମଧ୍ୟାହ୍ନ ଭୋଜନ ଚାଉଳ ଆଣିବାକୁ ବିଶୋୟୀର ଦୋପଟ୍ଟା ଗାଁରୁ ଶୁଳିଆପଦା ଅଭିମୁଖେ ଏକ ଅଟୋରେ ୧୨ ଜଣ ଯାତ୍ରା କରୁଥିଲେ।  ସେମାନଙ୍କ ମଧ୍ୟରେ ୪ ଜଣ ମହିଳା, ୪ ଜଣ ପୁରୁଷ ଓ ୪ ଜଣ ୧୦ରୁ ୧୨ ବର୍ଷ ମଧ୍ୟରେ ପିଲା ଥିଲେ । ସେମାନେ ନିଜ ଗାଁରୁ ପ୍ରାୟ ୨୦ କିଲୋମିଟର ଆସିବା ପରେ ବାଙ୍ଗିରିପୋଷି ଘାଟିରେ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।

{"id":330374,"sizeSlug":"large"}

ଅଟୋଟି ବାଙ୍ଗିରିପୋଷି ଘାଟିରେ ଖସୁଥିବା ବେଳେ , ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ଅଟୋକୁ ପଛ ପଟୁ ଅଟୋକୁ ପିଟି ଦେଇଥିଲା । ଯାହାଫଳରେ କି ଅଟୋ ବହୁ ବାଟ ପର୍ଯ୍ୟନ୍ତ ଘୋଷାଡି ହୋଇଯାଇଥିଲା । ଅଟୋକୁ ଧକ୍କା ଦେବା ପରେ ଟ୍ରକଟି ମଧ୍ୟ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା । ତେବେ ଅଟୋରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ।

{"id":330371,"sizeSlug":"large"}

ତେବେ ଦୁର୍ଘଟଣାର ଖବର ପାଇ ବାଙ୍ଗିରିପୋଷୀ ପୁଲିସ୍‌ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।  ତୁରନ୍ତ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କର  ପ୍ରାଥମିକ ଚିକିତ୍ସା ପରେ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତିରତ କରାଯାଇଛି।   ଦୁର୍ଘଟଣା ଘଟାଇ ଟ୍ରକ୍‌ ଡ୍ରାଇଭର ଓ ହେଲପର ଫେରାର  ହୋଇଯାଇଥିବା  ଜଣାପଡିଛି ।

{"id":330373,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.