ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ

Published By : Prameya-News7 Bureau | June 16, 2021 IST

ଚୌଦ୍ୱାର ୧୬।୦୬: କଟକ ମଙ୍ଗୁଳି ନିକଟସ୍ଥ ୧୬ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ସେଠାରୁ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର  କରାଯାଇଛି ।  ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ, ଜାତୀୟ ରାଜପଥର ତୃପ୍ତି ମୋଟର୍ସ ସାମ୍ନାରେ ଏକ ପିକଅପ ଭ୍ୟାନ ଚଣ୍ଡିଖୋଲ ପଟୁ ଆସୁଥିଲା । ଠିକ୍‌ ଏହି  ସମୟରେ ରାସ୍ତାରେ ବେଆଇନ ଭାବେ ପାର୍କିଂ ହୋଇଥିବା ଏକ ଆଙ୍ଗେଲ ବୋଝେଇ ଟ୍ରଲର ପଛରେ ପିକଅପ ଭ୍ୟାନଟି ପିଟି ହୋଇଯାଇଥିଲା। ଯାହାଫଳରେ କି ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ସେହିପରି ଦୁର୍ଘଟଣାରେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି ।

ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ  ଆମ୍ବୁଲାନ୍ସ ଏବଂ ପୋଲିସ ଭ୍ୟାନ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ୨ଟି ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣାରେ ଗୁରୁତର ଥିବା ଅନ୍ୟଜଣଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ ପଠାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ୨ମୃତକ ପରିଚୟ ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.