Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||

ପ୍ରେମିକ ସହ ଘରୁ ଲୁଚି ପଳାଇଆସିଥିଲା ପ୍ରେମିକା, ରେଳଧାରଣାରୁ ମିଳିଲା ଉଭୟଙ୍କ ମୃତଦେହ

10/04/2020 at 9:17 AM

ସମ୍ବଲପୁର ୧୦।୦୪: ସମ୍ବଲପୁର ଜିଲ୍ଲା ଆ.କଟାପାଲି ଆଇସ୍‌କ୍ରିମ୍‌ ଫ୍ୟାକ୍ଟ୍ରି ପଛପଟ ଦେଇ ଯାଇଥିବା ରେଳଧାରଣାରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଦ୍ୱୟ ଆ.କଟାପାଲି ନିକଟ ବୁଠିଟିକ୍ରା ଖଡ଼ିଆପଡ଼ାର ବୋଲି ଜଣାପଡ଼ିଛି। ଜିଆର୍‌ପି ପୋଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଘଟଣା ସନ୍ଦେହ ଘେରରେ ରହିଛି । ପାରିପାଶ୍ୱିର୍କ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।

ସୂଚନାନୁଯାୟୀ, ଗୁରୁବାର ରେଳ ଧାରଣାରେ ଯୁବକ ଓ ଯୁବତୀଙ୍କ ମୃତଦେହ ଦେଖି ଲୋକେ ପୋଲିସ୍‌କୁ ଖବର ଦେଇଥିଲେ । ସମ୍ବଲପୁର ଜିଆର୍‌ପି ଥାନା ଏଏସ୍‌ଆଇ ଭାଗ୍ୟବନ୍ତ ନାଗ ଓ ସବଇନ୍ସପେକ୍ଟର୍‌ ମାରିଆନୁସ୍‌ ମିଞ୍ଜ ଟିମ୍‌ ସହ ପହଞ୍ଚି ଉଭୟ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ପୋଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଯୁବକ ଜଣକ ୫ ବର୍ଷ ତଳେ ବିବାହ କରିଥିଲେ । ହେଲେ ୨ ମାସ ପରେ ତାଙ୍କ ସ୍ତ୍ରୀ ଛାଡ଼ି ଚାଲି ଯାଇଥିଲା । ଏହାପରେ ଯୁବକଙ୍କ ସଂପୃକ୍ତ ଯୁବତୀ ସହିତ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଏହି ସଂପର୍କକୁ ଯୁବତୀଙ୍କ ବାପା ବିରୋଧ କରୁଥିଲେ । ହେଲେ ଯୁବତୀ ଜଣକ ମାନୁନଥିଲେ । ଗତ ରାତି ଯୁବତୀଙ୍କ ପରିବାରର ସମସ୍ତେ ଖାଇ ପିଇ ଶୋଇଥିଲେ । ପ୍ରାୟ ୧୦ଟା ପରେ ଯୁବତୀ ଜଣକ ଘରେ ନଥିବା ଜାଣି ବାପା ଆଖପାଖରେ ଖୋଜାଖୋଜି କରିଥିଲେ । ହେଲେ ଝିଅର ଖୋଜଖବର ମିଳିନଥିବା ବାପା ପୁଲିସ୍‌ ଆଗରେ କହିଛନ୍ତି ।

ପ୍ରେମକୁ ସ୍ୱୀକୃତି ମିଳିନଥିବାରୁ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି ନା ପ୍ରେମକୁ ବିରୋଧ କରି ସେମାନଙ୍କୁ ହତ୍ୟା କରାଯାଇଛି ତାହା ତଦନ୍ତ ସାପେକ୍ଷ ହୋଇଛି । ଉଭୟଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଘଟଣା ପଛର କିଛି ଅଧିକ ତଥ୍ୟ ମିଳିପାରିବ ବୋଲି ପୁଲିସ୍‌ ଆଶାବାଦୀ ରହିଛି ।

   Related Posts