Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଜାଗର ପାଇଁ କଟକଣା, ମନ୍ଦିର ଭିତରେ ଓ ବାହାରେ ହେବନି ଗହଳି, ମେଳା ଉପରେ ଲାଗିଲା ରୋକ୍
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୭ କୋଭିଡ୍ ପଜିଟିଭ୍, ୩୩୭୮୬୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଉଦଳା : କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ୫ ତାରିଖରୁ ଥିଲେ ନିଖୋଜ
  • ||
  • ସମ୍ବଲପୁର : ବନ କର୍ମଚାରୀଙ୍କ ଛୁଟି ଉପରେ କଟକଣା, ଅତି ଜରୁରୀ କାମ ନଥିଲେ ନେଇପାରିବେନି ଛୁଟି
  • ||
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||

ଗଛରେ ଝୁଲୁଥିଲା ପ୍ରେମୀଯୁଗଳଙ୍କ ମୃତଦେହ, ତଳେ ପଡିଥିଲା ବିଷ ବୋତଲ ; ପରିବାର ଆଣିଲେ ହତ୍ୟା ଅଭିଯୋଗ

7/04/2020 at 2:24 PM

ଫତେହପୁର ୦୭।୦୪: ଉତ୍ତରପ୍ରଦେଶ ଫତେହପୁର ଜିଲ୍ଲାର ଏକ ଗାଁରେ ଅଭବାନୀୟ ଘଟଣା ଘଟିଛି । ଗାଁ ସୀମାନ୍ତରୁ ଦୁଇଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଫତେହପୁର ଜିଲ୍ଲାର ମାଲଓ୍ୱାନ ପୋଲିସ ଥାନା ଅନ୍ତର୍ଗତ ତାରାପୁର ଅସଓ୍ୱା ଗାଁରେ ଅଘଟଣ ଘଟିଯାଇଛି । ଗାଁ ସୀମାନ୍ତରେ ଥିବା ଏକ ଗଛରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ସ୍ଥାନୀୟଲୋକ ଏହା ଦେଖି ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲୁଥିବା ଦୁଇଜଣଙ୍କ ମୃତଦେହ ଉଦ୍ଧାର କରିଛି । ସ୍ଥାନୀୟଅଞ୍ଚଳରୁ ପୋଲିସକୁ ବିଷାକ୍ତ ପାତ୍ର ମିଳିଛି । ଯାହାକୁ ନେଇ ପୋଲିସ ଛାନ୍‌ଭିନ୍‌ କରୁଛି । ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ଦୁଇ ଜଣ ଆତ୍ମହତ୍ୟା କରିଥିବା ସୂଚନା ରହିଛି ।

ତେବେ ସ୍ଥାନୀୟଞ୍ଚଳରେ ଏହି ଭଳି ଦୁଇଜଣଙ୍କ ମୃତଦେହ ମିଳିବାରୁ ସ୍ଥାନୀୟଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି । ଅନ୍ୟପଟେ ମୃତକଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏବଂ ପରିବାର ସଦସ୍ୟଙ୍କ ମୃତ୍ୟୁ ଖବର ଶୁଣି ଭାଙ୍ଗିପଡିଛନ୍ତି  । ତେବେ ଉଭୟଙ୍କୁ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ହତ୍ୟା ନେଇ ପରିବାର ଲୋକ କହିଛନ୍ତି ଯେ, ଝିଅର ମୃତଦେହ ଉପରେ ରକ୍ତ ପଡିଛି । ତେଣୁ ସେଥିପାଇଁ ହତ୍ୟା କରିଯାଇଥିବା ଆଶଙ୍କା କରାଯାଉଛି । ପୋଲିସ ଏହି ମାମଲାକୁ ଗମ୍ଭୀରତା ସହ ନେଇ ଯାଞ୍ଚ ଆରମ୍ଭ କରୁଛି ।

ସେପଟେ ସ୍ଥାନୀୟଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହେଇଛି ଯେ ଦୁଇଜଣ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିପାରନ୍ତି, ନହେଲେ ତାଙ୍କୁ ହତ୍ୟା କରାଯାଇ ଗଛରେ ଝୁଲାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବେଚ୍ଛେଦ ପାଇଁ ପଠାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ଜଣାପଡିବ ବୋଲି ସୂଚନା ମିଳିଛି । ରିପୋର୍ଟ ଆସିବା ପରେ ତଦନ୍ତକୁ ଆହୁରୀ ତ୍ୱରାନିତ କରିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

   Related Posts