Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଲରୁ ବାଇକ୍ ସହ ଦୁଇ ମୃତଦେହ ଉଦ୍ଧାର, ଦୁର୍ଘଟଣାରେ ମୃତ୍ୟୁ ସନ୍ଦେହ

1/10/2021 at 12:10 PM

ମୁନିଗୁଡା ୧।୧୦: ବିଲରୁ ମିଳିଲା ଦୁଇ ଜଣଙ୍କ ମୃତଦେହ । ମିଳିନି ମୃତକଙ୍କ ପରିଚୟ । ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସନ୍ଦେହ ।

ସୂଚନାଯୋଗ୍ୟ ଯେ, ରାୟଗଡା ଜିଲ୍ଲା ଗୁଣୁପୁର ଲିଫ୍ଟି ଇରିଗେସନ କାର୍ଯ୍ୟାଳୟ ନିକଟ ଧାନ ବିଲରୁ ବାଇକ୍ ସହ ପଡିଥିବା ଦୁଇଟି ମୃତଦେହକୁ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକ ମୃତଦେହ ଦୁଇଟି ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଗୁଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁଣୁପୁର ଅଗ୍ନିଶମ ବିଭାଗ ସହାୟତାରେ ମୃତଦେହ ଦୁଇଟିକୁ ଉଦ୍ଧାର କରି ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଛି । ବିଳମ୍ବିତ ରାତିରେ ବାଇକ୍ ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ ।

   Related Posts