ଉଦ୍ଧାର ହେଲା ଦୁଇଟି ମୃତଦେହ, ବନ୍ୟାପାଣିରେ ଭାସି ଥିଲେ ନିଖୋଜ

Published By : Prameya-News7 Bureau | August 29, 2020 IST

ଭଦ୍ରକ ୨୯।୮: ଉଦ୍ଧାର ହେଲା ଦୁଇ ମୃତଦେହ । ଭଣ୍ଡାରିପୋଖରୀ ବ୍ଲକରୁ ଜଣେ ଓ ଧାମନଗର ବ୍ଲକରୁ ଜଣେ ବନ୍ୟା ପାଣିରେ ଭାସି ନିଖୋଜ ହୋଇଯାଇଥିଲେ ।

ଧାମନଗର ବ୍ଲକର ଖଡିପଦା ପଞ୍ଚାୟତର ଦକ୍ଷିଣ କୁରୁଆରେ ଶୁକ୍ରବାର ବନ୍ୟା ପାଣିରେ ସାଙ୍ଗଙ୍କ ସହ ଭାସି ଯାଇଥିଲେ ଯୁବକ । ଦୁଇ ସାଙ୍ଗଙ୍କୁ ଗଛରୁ ଉଦ୍ଧାର କରିଥିଲା ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ନିଖୋଜ ଯୁବକଙ୍କ ନାଁ ହେମନ୍ତ ଜେନା । ଶନିବାର ଉଦ୍ଧାର ହେଲା ମୃତଦେହ । ଘଟଣାସ୍ଥଳର ୧୦ ମିଟର ଦୂରରୁ ମୃତଦେହ ମିଳିଥିବା ସୂଚନା ମିଳିଛି ।

ଭଣ୍ଡାରିପୋଖରୀ ବ୍ଲକର ସନ୍ଦୀପ ରାଉତ ବନ୍ୟା ପାଣିରେ ଭାସିଯାଇଥିଲେ । ବରହନୁଆପଡା ଗାଁରେ ୩ ସାଙ୍ଗଙ୍କ ସହ ଯିବାବେଳେ ସେ ଭାସିଯାଇଥିଲେ । ଦୁଇ ଜଣ ଉଦ୍ଧାର ହୋଇଥିବା ବେଳେ ସନ୍ଦୀପ ନିଖୋଜ ଥିଲେ । ଆଜି ଏନଡିଆରଏଫ ଟିମ୍ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.