ନଦୀରୁ ମିଳିଲା ଦୁଇଟି ମୃତଦେହ, ହତ୍ୟା ପରେ ବସ୍ତାରେ ବାନ୍ଧି ଫିଙ୍ଗିଦେଇଥିବା ସନ୍ଦେହ

Published By : Prameya-News7 Bureau | February 08, 2020 IST

ପାଟଣା ୮।୨: ବସ୍ତାରେ ବନ୍ଧା ଅବସ୍ଥାରେ ଦୁଇଟି ମୃତଦେହ ଉଦ୍ଧାର ହୋଇଛି । ଉଦ୍ଧାର ମୃତଦେହ ଦୁଇଟି ଜଣେ ଯୁବକ ଏବଂ ଜଣେ ମହିଳାଙ୍କର ବୋଲି ଜଣାପଡିଛି । ତେବେ ଉଭୟଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବୈତରଣୀ ନଦୀର ଫୁଲକଁଳେଇ ଖଲି ଚଉପତି ଘାଟରେ ବସ୍ତାରେ ବନ୍ଧା ହୋଇଥିବା ଦୁଇଟି ଅଚିହ୍ନା ଶବ ଭାସୁଥିବା ଦେଖିବାକୁ ମିଳିଥିଲା । ବସ୍ତାଟି ଦୁଇଦିନ ଧରି ସେଠାରେ ଭାସୁଥିବାର ଲୋକେ ଦେଖିଥିଲେ । ତେବେ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଉକ୍ତ ବସ୍ତା ଭିତରୁ ଜଣେ ଯୁବକ ଓ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ।

ମୃତଦେହ ଦୁଇଟିକୁ ବସ୍ତାରେ ଭର୍ତ୍ତି କରିବା ପରେ ପଥରରେ ବାନ୍ଧି ପାଣିରେ ପକାଇ ଦିଆଯାଇଥିବା ଜଣାପଡିଛି ।  ତେବେ ଉଭୟଙ୍କୁ କେହି ଦୁର୍ବୃତ୍ତ ହତ୍ୟାକରିବା ପରେ ବସ୍ତାରେ ଭର୍ତ୍ତି କରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ବାରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତକଙ୍କ ପରିଚୟ ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.