ଜଙ୍ଗଲରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବଳଦ ବିକ୍ରି କରିବାକୁ ଯାଇ ଫେରିନଥିଲେ ଘରକୁ

Published By : Prameya-News7 Bureau | August 04, 2021 IST

ମ.ରାମପୁର ୪।୮: କଳାହାଣ୍ଡି ଜିଲ୍ଲା ଅନ୍ତର୍ଗମ ମ.ରାମପୁର ଥାନା ପାଜିବାହାଲି ଛକ ନିକଟରେ ନିଖୋଜ ଦୁଇ ଜଣ ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଛି ମ.ରାମପୁର ପୋଲିସ ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ତାଳକୁନା ଗ୍ରାମର ବିଶ୍ବାମିତ୍ର ସୁନା ଓ କମଳ ବାଗ ଗତ ସୋମବାର ଦିନ ବାଲିପଡ଼ା ବଜାରକୁ ବଳଦ ବିକ୍ରି କରିବାକୁ ଯାଇଥିଲେ । କିନ୍ତୁ ବଳଦ ବିକ୍ରି କରିବାକୁ ଯାଇ ଆଉ ସେମାନେ ଘରକୁ ଫେରିନଥିଲେ । ସନ୍ଧ୍ୟା ୬ଟା ସମୟ ବେଳେ ଫୋନରେ ଯୋଗାଯୋଗ ହେଇଥିଲେ ହେଁ ତାପରେ ଆଉ ତାହା ସମ୍ଭବ ହୋଇନଥିଲା । ଉଭୟଙ୍କ ପରିବାର ବର୍ଗ ସୋମବାର ଏବଂ ମଙ୍ଗଳବାର ବହୁତ ଖୋଜାଖୋଜି କରିଥିଲେ ହେଁ ପାଇନଥିଲେ । ନିଜର ବନ୍ଧୁବାନ୍ଧବଙ୍କ ସହିତ ମଧ୍ୟ ଯୋଗାଯୋଗ କରି ନିରାଶ ହେଇଥିଲେ । ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ କିଛି ଲୋକ ଜଙ୍ଗଲରେ ଦୁଇଟି ମୃତଦେହ ଓ ବାଇକ ପଡ଼ିଥିବା ଦେଖି ମ.ରାମପୁର ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣାସ୍ଥଳରୁ ମୃତଦେହ ଓ ବାଇକ୍ ଜବତ କରି ମ.ରାମପୁର ଡ଼ାକ୍ତରଖାନାକୁ ଶବ ଆଣିଥିଲା । ତେବେ ବାଇକଟି ଗଛରେ ପିଟି ହେବା ଫଳରେ ଉଭୟଙ୍କ ମୃତ୍ୟୁ ହେଇଥିବା କୁହାଯାଉଛି ଏବଂ ସୋମବାର ରାତିରେ ହିଁ ଏହି ଦୁର୍ଘଟଣା ପୁଣି ଜଙ୍ଗଲ ରାସ୍ତାରେ ହୋଇଥିବାରୁ କେହି ଖବର ପାଇନଥିଲେ । ମ.ରାମପୁର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.