Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଲ୍ ବୋଝେଇ ଅଟୋ ଦୁର୍ଘଟଣା : ୩ ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ

10/05/2020 at 9:42 AM

ଭଦ୍ରକ ୧୦।୫: ଭଦ୍ରକ ଜିଲ୍ଲା ଧାମନଗର ଥାନା ଅର୍ଜୁନପୁର କୋଚିଳା ନଦୀ ପଠାରେ ମାଲ ବୋଝେଇ ଅଟୋ ଦୁର୍ଘଟଣାରେ ଗୁରୁତର ଥିବା ଦୁଇ ଜଣ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଭଦ୍ରକ ମେଡିକାଲରେ ହାଡିଆଣି ବେୱାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । କଟକ ମେଡିକାଲ ଯାଉଥିବା ସମୟରେ ବାଟରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ହେମଲତା ନାୟକ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ଥାନା ଉପର ସଇଲୋ ଗାଁର କେତେକ ଲୋକ ପଧାନୀ ପଞ୍ଚାୟତ କାର୍ଯ୍ୟାଳୟ ନିକଟକୁ ଚାଉଳ ଆଣିବା ପାଇଁ ଯାଇଥିଲେ । ସେଠାରୁ ଚାଉଳ ଆଣିବା ପରେ ଏକ ମାଲବାହୀ ଅଟୋରେ ଘରକୁ ଫେରୁଥିଲେ । କିନ୍ତୁ ଅର୍ଜୁନପୁର ପୋଲ ନିକଟରେ ମାଲବାହୀ ଅଟୋଟି ଚଢୁଥିବା ବେଳେ ପୋଲର ଆପ୍ରୋଚ୍ ରୋଡରେ ଭାରସାମ୍ୟ ହରାଇ ହଠାତ୍ ତଳକୁ ଖସିପଡିଥିଲା ।

   Related Posts