ରାସ୍ତା କଡ ଗଛକୁ ଧକ୍କା ଦେଇ କାର୍ ଚେପା : ଡ୍ରାଇଭରଙ୍କ ସହ ଇଫ୍‌କୋ ଅଫିସରଙ୍କ ମୃତ୍ୟୁ, ସ୍ତ୍ରୀ ଓ ପୁଅ ଗୁରୁତର

Published By : Prameya-News7 Bureau | July 17, 2021 IST

ପାରାଦୀପ ୧୭।୭: କଟକ-ପାରାଦୀପ ରାଜରାସ୍ତାର କୁଜଙ୍ଗ ଥାନା ଅନ୍ତର୍ଗତ ତାଳଦଣ୍ଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଯାଉଥିବା ଏକ କାର୍ ରାସ୍ତା କଡରେ ଥିବା ଗଛରେ ପିଟି ହୋଇଯିବା ଫଳରେ ଘଟଣାସ୍ଥଳରେ ହିଁ ଗାଡିର ଡ୍ରାଇଭର ସମେତ ଆଗରେ ବସିଥିବା ୨ ଜଣଙ୍କର ମୃତ୍ୟୁ ହୋଇଛି । ପଛରେ ବସିଥିବା ୨ ଜଣଙ୍କ ଅବସ୍ଥା ଅତି ଗୁରୁତର ରହିଛି ।

ସୂଚନାଯୋଗ୍ୟ ଯେ, ପାରାଦୀପ ଇଫକୋର ଜଣେ ବରିଷ୍ଠ ଅଧିକାରୀ ରମାକାନ୍ତ ମିଶ୍ର ଓଡ଼ି-୦୨-ଏଏକ୍ସ-୩୩୬୦ ନମ୍ବର ବିଶିଷ୍ଟ କାରର, ତାଙ୍କ ପତ୍ନୀ, ୧୪ ବର୍ଷର ନାବାଳିକ ପୁଅ ଓ ଜଣେ ଡ୍ରାଇଭରଙ୍କୁ ନେଇ ଭୁବନେଶ୍ବର ଅଭିମୁଖେ ଯାଉଥିଲେ । କୁଜଙ୍ଗ ନିକଟ ତାଳଦଣ୍ଡାଠାରେ ଗାଡି ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ଗଛରେ ପିଟିହୋଇ ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ରମାକାନ୍ତ ଓ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ଓ ପୁଅ ଗୁରୁତର ହୋଇପଡିଥିଲେ।  ଘଟଣାସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି କୁଜଙ୍ଗ ଡାକ୍ତରଖାନାକୁ ନେଇଥିଲା । ରମାକାନ୍ତ ଓ ଡ୍ରାଇଭରଙ୍କୁ ମୃତ ଘୋଷଣା କରାଯାଇଥିଲା ଓ ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ମୃତ ଡ୍ରାଇଭରଙ୍କ ସମେତ ଆହତମାନଙ୍କ ପରିଚୟ ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.