ବଜ୍ରପାତରେ ଚାଲିଗଲା ଦୁଇ ଜୀବନ, ବିଲରେ କାମ କରୁଥିବା ୩ ଜଣ ଆହତ

Published By : Prameya-News7 Bureau | October 13, 2020 IST

ବାଙ୍କୀ ୧୩।୧୦: ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ବାଙ୍କୀ ଦୋଲଣାପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ଆହତମାନଙ୍କୁ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ମଙ୍ଗଳବାର ସକାଳ ସମୟରେ ପାଗ ଭଲ ଥିବାରୁ ଲୋକେ ଜମିକୁ ଯାଇଥିଲେ କାମ କରିବାକୁ ।ଜମିରେ କାମ କରୁଥିବାବେଳେ ଲଘୁଚାପ ବର୍ଷା ସହ ବଜ୍ରପାତ ହୋଇଥିଲା । ଜମିରେ କାମ କରୁଥିବା ବେଳେ ଟଳି ପଡିଥିଲେ ଦୁଇ ଜଣ । ଅନ୍ୟ ତିନି ଜଣ ଆହତ ହୋଇ ପଡିବାରୁ ନିକଟରେ ଥିବା ଲୋକେ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାଙ୍କୀ ମେଡିକାଲକୁ ଆଣି ଭର୍ତ୍ତି କରିଛନ୍ତି । ପରେ ଜଣଙ୍କ ଅବସ୍ଥା ଗୃରୁତର ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି । ମୃତକ ହେଲେ ଲିପୁ ପରିଡା ଓ ଧାଡ଼ିଆ ସାହୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.