ଟ୍ରକ୍ ସହ ଧକ୍କା ହେଲା ବୋଲେରୋ : ଦୁଇ ମୃତ, ୭ ଗୁରୁତର
9/02/2020 at 10:09 AM

ବଲାଙ୍ଗିର ୯।୨: ଟ୍ରକ୍ ସହ ଧକ୍କା ହେଲା ବୋଲେରୋ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ସାତ ମାଇଲ ଛକରେ ଦୁର୍ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ପୁରୀକୁ ଜଗନ୍ନାଥ ଦର୍ଶନ ପାଇଁ ଯିବା ବେଳେ ଦୁର୍ଘଟଣା ଘଟିଛି । ଟ୍ରକ୍ ସହ ବୋଲେରୋ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୭ଜଣ ଗୁରୁତର ହୋଇଛନ୍ତି । ୭ ଗୁରୁତରଙ୍କୁ ବଲାଙ୍ଗୀର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ତେଜେଶ୍ବର ସାହୁ ଓ ଶକୁନ୍ତଳା ସାହୁ । ତାମିଆ ଓ ଘୁମେର ଗାଁରୁ ୧୩ ଜଣ ପୁରୀକୁ ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ଜଣାପଡିଛି ।
Related Posts
ରେଳ ଧାରଣାରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
18 January 2021