Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

କୋଭିଡ୍-୧୯ ପଜିଟିଭ୍ ଜଣାପଡିଥିଲା କିନ୍ତୁ ମୃତ୍ୟୁର କାରଣ ଭିନ୍ନ : ପୂର୍ବରୁ ଗୁରୁତର ରୋଗରେ ପୀଡିତ ଥାଇ ଥିଲେ ଚିକିତ୍ସାଧିନ

29/05/2020 at 12:55 PM

ଭୁବନେଶ୍ବର ୨୯।୫: ଗୁରୁତର ରୋଗରେ ପୀଡିତ ଥିଲେ କିନ୍ତୁ ସ୍ବାବ୍ ରିପୋର୍ଟରେ କରୋନା ପଜିଟିଭ୍ ଆସିଥିଲା । ଚିକିତ୍ସାଧିନ ଅବସ୍ଥାରେ ମୃତ ସଂପୃକ୍ତ ଦୁଇ ବ୍ୟକ୍ତିଙ୍କ ମୃତ୍ୟୁ କରୋନାଜନିତ ନୁହେଁ ଯଥାକ୍ରମେ ଗୁରୁତର ଯକୃତ ଏବଂ ରକ୍ତ କର୍କଟଜନିତ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଜଣେ ମୃତକ ଖୋର୍ଦ୍ଧା ଜିଲ୍ଲାର ଏବଂ ଅନ୍ୟ ଜଣେ ବାଲେଶ୍ବର ଜିଲ୍ଲାର ବୋଲି ଜଣାପଡିଛି ।

ଟ୍ବିଟ୍ ରେ ଦର୍ଶାଯାଇଛି ଯେ, ଖୋର୍ଦ୍ଧା ଜିଲ୍ଲାରୁ ଜନୈକ ୪୨ ବର୍ଷ ବୟସ୍କ ଯୁବକଙ୍କ ଯକୃତଜନିତ ସମସ୍ୟା ଯୋଗୁଁ ମୃତ୍ୟୁ ହୋଇଛି । ସେ ଦୀର୍ଘ ଦିନରୁ ହେପାଟାଇଟିସ୍-B ରେ ଆକ୍ରାନ୍ତ ଥିଲେ । କରୋନା ପରୀକ୍ଷଣରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ତେବେ ତାଙ୍କର ଦୀର୍ଘ ରୋଗ ହେପାଟାଇଟିସ୍-B ରେ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସେହିପରି ବାଲେଶ୍ବର ଜିଲ୍ଲାରେ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ୭୨ ବର୍ଷ ବୟସ୍କ ହୋଇଥିବା ବେଳେ ସେ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ । ତାଙ୍କର ମଧ୍ୟ କରୋନା ପରୀକ୍ଷଣ ରିପୋର୍ଟ ପଜିଟିଭ୍ ଆସିଥିଲା । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ହେଲ୍ଥ ଅଡିଟ୍ ରିପୋର୍ଟରୁ ତାଙ୍କର କ୍ରୋନିକ୍ ମାଇଲୋଜେନସ ଲ୍ୟୁକେମିଆରେ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି ।

   Related Posts