ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା : ଦୁଇ ମୃତ, ଜଣେ ଗୁରୁତର

Published By : Prameya-News7 Bureau | August 03, 2020 IST

କାମାକ୍ଷାନଗର ୩।୮: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଘାଗରାମୁଣ୍ଡା ଛକରେ ଆଜି ସକାଳ ୮ଟାରେ ଟ୍ରକ୍ ଓ କାର୍ ମୁହାଁମୁହିଁ ଧକ୍କା ହେବାରୁ କାରରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ । କାରଟି ଖମାରରୁ ଅନୁଗୋଳ ଜିଲ୍ଲା ନାଲକୋକୁ ଯାଉଥିବା ବେଳେ ଟ୍ରକ୍ ତାଳଚେର ଆଡୁ ଖମାର ଆଡକୁ ଯାଉଥିଲା ।

ଏନଏଚ ୧୪୯ ଘାଗରାମୁଣ୍ଡା ଛକ ନିକଟରେ କୌଣସି କାରଣରୁ ଉଭୟ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା । କାରରେ ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଟ୍ରକ୍ ଚାଳକ ମଧ୍ୟ ଆହତ ହୋଇଛନ୍ତି । ଆହତଙ୍କୁ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.