ବସ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା : ଜଣେ ମୃତ, ୨ ଆହତ

Published By : Prameya-News7 Bureau | September 09, 2021 IST

ନୟାଗଡ ୯।୯: ମର୍ମନ୍ତୁଦ ସଡକ ଦୁର୍ଘଟଣା । ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ବୁଗୁଡା ନିକଟରେ ବସ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ବୁଗୁଡା ନିକଟରେ ବସ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ମୃତାହତମାନେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର । ଗୁରୁବାର ଭୋରରୁ ଏହି ଦୁର୍ଘଟଣା ଘଟିଛି ।

୩ ଜଣ ଏକ ସ୍କୁଟିରେ ଭୁବନେଶ୍ବରରୁ ବାଲିଗୁଡା ଫେରୁଥିବା ବେଳେ ଖୋର୍ଦ୍ଧା- ବଲାଙ୍ଗୀର ଜାତୀୟ ରାଜପଥର ବୁଗୁଡା ନିକଟରେ ବଲାଙ୍ଗୀର ପଟୁ ଆସୁଥିବା ବେଲୁନ ନାମକ ଏକ ବସ୍ ସହ ମୁହଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମନୋଜ ନାୟକ । ଆହତ ଆଲୋକ ଶତପଥୀ ଓ ରାଧେଶ୍ୟାମଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଲୋକଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଉଛି । ବସ୍ ଡ୍ରାଇଭର୍ ବସ୍ ସହ ଦଶପଲ୍ଲା ଥାନାରେ ଆତ୍ମସମର୍ପଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.