ଦୁଇଟି ଦୁର୍ଘଟଣା, ଦୁଇ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

Published By : Prameya-News7 Bureau | August 20, 2020 IST

କାମାକ୍ଷାନଗର ୨୦।୮: ଢେଙ୍କାନାଳ ଜିଲ୍ଲାର ଦୁଇଟି ପୃଥକ ପୃଥକ ସ୍ଥାନରେ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ହୋଇଛନ୍ତି । ପର୍ଜଙ୍ଗ ଥାନା ସରାଙ୍ଗ ଛକଠାରେ ସାଇକେଲକୁ ଧକ୍କା ଦେଇଥିଲା ଟ୍ରକ୍ । ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଲେ କୁଆଳୋ ଗ୍ରାମର ଦିଲ୍ଲୀପ ମହାରଣା। ଦିନ ୨ଟା ସମୟରେ ତାଳଚେର ଆଡୁ ଆସୁଥିବା ଟ୍ରକ୍ ସାଇକେଲ ଆରୋହୀକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଅନ୍ୟପଟେ କାମାକ୍ଷାନଗର ଥାନା ବୁଢିବିଲିଠାରେ ସ୍କୁଟିକୁ ଧକ୍କା ଦେଇଥିଲା ଟ୍ରାକ୍ଟର । ଘଟଣାସ୍ଥଳରେ ସ୍କୁଟି ଆରୋହୀ ବୁଢିବିଲ୍ଲି ଗ୍ରାମର ନାରାୟଣ ବେହେରା ମୃତ୍ୟୁ ହୋଇଥିବା ବେଳେ ସ୍କୁଟିରେ ବସିଥିବା ତାଙ୍କ ନାତି ଆୟୁଷ ବେହେରା ଗୁରୁତର ଅବସ୍ଥାରେ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.