ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ : ଦୁଇ ମୃତ, ଜଣେ ଗୁରୁତର
1/12/2020 at 3:03 PM

କଣ୍ଟାବାଞ୍ଝି ୧।୧୨: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ସିନ୍ଧେକେଲା ମୁଣ୍ଡପଦର ଗାଁ ଛକରେ ମର୍ମନ୍ତୁଦ ସଡକ ଘଟିଛି । ଦୁର୍ଘଟଣାରେ ଗୋଟିଏ ବାଇକରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ସିନ୍ଧେକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ଦୁଇ ଜଣ ହେଲେ ସିନ୍ଧେକେଲା ଗାଁର ବବଲୁ ବାରିକ, ମହାଲିଙ୍ଗ ଗାଁର ନିମାଁଇ ହଂସ । ଗୁରୁତର ଜଣଙ୍କର ପରିଚୟ ମିଳିନାହିଁ ।
ସୂଚନାଯୋଗ୍ୟ ଯେ, ୩ ଜଣ ଗୋଟିଏ ବାଇକରେ ସିନ୍ଧେକେଲାରୁ ବଙ୍ଗୋମୁଣ୍ଡା ଆସୁଥିବା ସମୟରେ ଗାଡିଟି ଭାରମାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ସିମେଣ୍ଟ ଖୁଣ୍ଟରେ ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ଏବଂ ସିନ୍ଧେକେଲା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।