ଜେନେରେଟର ଧୂଆଁ ନେଲା ଜୀବନ : ଶ୍ବାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ, ୨ ଜଣ ଗୁରୁତର

Published By : Prameya-News7 Bureau | December 11, 2020 IST

କେନ୍ଦୁଝର ୧୧।୧୨: ଶ୍ବାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ । ଦୁଇ ଜଣ ଗୁରୁତର ହୋଇଛନ୍ତି । ଜେନେରେଟର ଧୂଆଁରେ ଶ୍ବାସରୁଦ୍ଧ ହୋଇଥିବା ସୂଚନା ମିଳିଛି । କେନ୍ଦୁଝର ସଦର ଥାନା ଅନ୍ତର୍ଗତ କାଠବାରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ସଦର ଥାନା ଅନ୍ତର୍ଗତ କାଠବାରୀ ଗାଁରେ ଜେନେରେଟର ଧୂଆଁରେ ଶ୍ବାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ବାହାଘର ଭୋଜି ପରେ ପ୍ରବଳ ଶୀତ ହେଉଥିବାରୁ ଜେନେରେଟର ଚାଲୁଥିବା ରୁମ୍‌ରେ ଏମାନେ ଶୋଇଥିଲେ । ରୁମର କବାଟ, ଝରକା ଦେଇ ଶୋଇ ପଡ଼ିଥିବାରୁ ଧୂଆଁ ଯୋଗୁ ଅଣନିଶ୍ୱାସୀ ହୋଇ ମୃତ୍ୟୁବରଣ କରିଥିବା ଗାଁ ଲୋକେ କହିଛନ୍ତି । ମୃତକ ହେଲେ କାଠବାରୀ ଗାଁର ୧୫ ବର୍ଷ ବୟସ୍କ ବାଦଲ ନାଏକ ଓ ୩୦ ବର୍ଷ ବୟସ୍କ ବାଇଧର ନାଏକ ।

ଗୁରୁତରଙ୍କ ମଧ୍ୟରୁ ୧୫ ବର୍ଷ ବୟସ୍କ ଶମ୍ଭୁ ନାଥ ନାଏକଙ୍କୁ ପ୍ରଥମେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ୧୬ ବର୍ଷ ବୟସ୍କ ଆକାଶୀ ନାଏକଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.