ଅଭାବନୀୟ ଘଟଣା, ମହୁମାଛି ଆକ୍ରମଣରେ ବାପ-ଝିଅ ମୃତ

Published By : Prameya-News7 Bureau | October 11, 2021 IST

ସୁନ୍ଦରଗଡ ୧୧।୧୦: ସୁନ୍ଦରଗଡ଼  ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ପାନପୋଷ ପଞ୍ଚାୟତରେ ଅଭାବନୀୟ ଘଟଣା । ମହୁମାଛି ଆକ୍ରମଣରେ ବାପ, ଝିଅଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗୁରୁ ବନଛୋର(୬୫) ଓ ଝିଅ ମିନା ବନଛୋର(୨୬) ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ରାଜଗାଙ୍ଗପୁର ବ୍ଲକର ପାନପୋଷ ପଞ୍ଚାୟତର ଗୌନ୍ତିଆ ପଡା ଠାରେ ଥିବା ପାନପୋଷ ଉଚ୍ଚ ବିଦ୍ୟାଳୟ ନିକଟରେ ମହୁମାଛି ବସା ବାନ୍ଧି ଥିଲେ । ରବିବାର ଦିନ ବାପା ଝିଅ ଦୁହେଁ ଜଙ୍ଗଲକୁ କାଠ ଆଣିବାକୁ ଯାଇ ଫେରୁଥିବା ବେଳେ ମହୁମାଛି ଆକ୍ରମଣ କରିଥିଲା । ଯାହାଫଳରେ ବାପ-ଝିଅ ଗୁରୁତର ହୋଇଥିଲେ । ଉଭୟଙ୍କୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରି ରାଉରକେଲା ସ୍ଥିତ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ପ୍ରଥମେ ଗୁରୁଙ୍କ ମୃତ୍ୟୁ ହୋଇଥିବା ବେଳେ ରାତିରେ ଝିଅ ମିନାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁର ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଦୁଃଖର ପରିବେଶ ସୃଷ୍ଟି ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.