Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଯାତ୍ରା ଦେଖି ଫେରିବା ବେଳେ ଅଘଟଣ, ଡଙ୍ଗା ବୁଡି ବାପ-ପୁଅ ମୃତ

30/01/2021 at 7:38 AM

ସୋନପୁର ୩୦।୦୧: ଡଙ୍ଗା ବୁଡି ବାପ ପୁଅ ମୃତ । ଯାତ୍ରା ଦେଖିବାକୁ ଯାଇ ଫେରିବା ବେଳେ ଅଘଟଣ । ସୋନପୁର ଜିଲ୍ଲା ବିନିକା ମହାନଦୀରେ ଡଙ୍ଗା ବୁଡି ବାପ-ପୁଅଙ୍କ ମୃତ୍ଯୁ ହୋଇଛି l ମୃତକ ସୁଲେମାନ ଖାନ ଓ ପୁଅ ଅଜଲାନ ଖାନ୍‌ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ବିନିକାର ସୁଲେମାନ ତାଙ୍କ ପୁଅ ଝିଅ ଓ ପଡୋଶୀ ଘରର ଏକ ମିହିର ନାମକ ପୁଅକୁ ଧରି ମହାନଦୀ ଭିତରେ ଚାଲିଥିବା ବାଇକାନି ମନ୍ଦିରକୁ ବାଇକାନି ଯାତ୍ରା ଦେଖିବାକୁ ଯାଇଥିଲେ l ସେମାନେ ଯାତ୍ରା ଦେଖି ଯାଇଥିବା ସମୟରେ ମହାନଦୀ ଉପରେ ତିଆରି ହୋଇଥିବା ବ୍ରିଜର ଏକ ପିଲରରେ ପିଟି ହୋଇ ଡଙ୍ଗା ଓଲଟି ପଡ଼ିଥିଲା l ଡଙ୍ଗାରେ ଥିବା ନାଉରୀ ମିହିର ଓ ସୁଲେମାନଙ୍କ ଝିଅଙ୍କୁ ଆଣି କୂଳରେ ଛାଡି ସେଠାରୁ ଚାଲିଯାଇଥିଲେ l

ସୁଲେମାନ ଖାନ ପୁଅ ଅଜଲାନ ଖାନକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିଲେ l କିନ୍ତୁ ସେହି ସ୍ଥାନରେ ପାଣି ଅଧିକ ଥିଲା । ପହଁରା ଜାଣି ନଥିବାରୁ ପୁଅକୁ ଆଣିବା ସମୟରେ ସେ ବୁଡିଯାଇଥିଲେ l ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିବା ପରେ ସୁଲେମାନକୁ ପାଇଥିଲେ । ତାଙ୍କୁ ବିନିକା ଡାକ୍ତରଖାନାକୁ ଆଣିଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

ଖୋଜାଖୋଜି କରିବାର ତିନି ଘଣ୍ଟା ପରେ ପୁଅ ଅଜଲାନ ଖାନ ମଧ୍ଯ ଉଦ୍ଧାର ହୋଇଥିଲେ । ପାଣି ଭିତର ଏକ ପଥର ଭିତରେ ଫସି ରହିଯାଇଥିଲେ ଅଜଲାନ। ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନାକୁ ଆଣିଥିଲେ । ତାଙ୍କର ମଧ୍ଯ ମୃତ୍ଯୁ ହୋଇଯାଇଥିଲା l ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯାଇଛି l

   Related Posts